ବୌଦ୍ଧ: ରକ୍ଷକ ସାଜିଲେ ଭକ୍ଷକ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଇଣ୍ଡିଆନ୍ ରିଜର୍ବ ବାଟାଲିୟନ୍ ଯବାନ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ବାରାକରେ ଚଢ଼ଉବେଳେ ଏମାନଙ୍କୁ ଗିରଫ କରାଯାଇଛି । ଏ ନେଇ ବୌଦ୍ଧ ଜିଲ୍ଲା ଏସି ରାହୁଲ ଗୋଏଲ ସୂଚନା ଦେଇଛନ୍ତି ।
ଏସଟିଏଫ୍ ଆଇ ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗତକାଲି ବୌଦ୍ଧ ଏସପି ପ୍ରତ୍ୟକ୍ଷ ତତ୍ୱାବଧାନରେ ମନମୁଣ୍ଡା ପୋଲିସ ବାରାକରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ୧୫ କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ୩ ଜଣଙ୍କୁ ଆଇଆରବି ଯବାନଙ୍କୁ ଗିରଫ କରାଯାଇଛି । ପ୍ରତ୍ୟେକଙ୍କ ନିକଟରୁ ୪ ରୁ ୫ କିଲୋ ଗଞ୍ଜେଇ ଜବତ ହୋଇଛି । ତେବେ ପୋଲିସ କୌଣସି ଯବାନଙ୍କ ପରିଚୟ ପ୍ରଘଟ କରି ନ ଥିବାବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛି ।