ଆମେରିକାରେ ପୁଣି ଗୁଳିକାଣ୍ଡ। ଗତ ବୁଧବାର ଦିନ ଜଣେ ଯୁବକଙ୍କ ଅତର୍କିତ ଗୁଳିମାଡ଼ରେ ଲୁୱିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି | ଏହି ଗୁଳିକାଣ୍ଡରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯୁବକ ଜଣଙ୍କ ସେମି ଅଟୋମେଟିକ ବନ୍ଧୁକରୁ ଗୁଳିମାଡ କରିଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଏବେ ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପୋଲିସ୍ ପକ୍ଷରୁ ସନ୍ଦିଗ୍ଧର ଦୁଇଟି ଫଟୋ ଫେସବୁକରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ବନ୍ଧୁକଧାରୀ କାନ୍ଧରେ ଅସ୍ତ୍ରଶସ୍ତ୍ର ଧରି ଏକ ପ୍ରତିଷ୍ଠାନରେ ପ୍ରବେଶ କରୁଥିବା ଦେଖାଯାଇଛି ।
ତେବେ ଗୁଳିମାଡ କରିଥିବା ଯୁବକ ଜଣଙ୍କ ଫେରାର ଅଛି । ତାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଚାଲିଛି । ଲୋକମାନଙ୍କୁ ଘରେ ରହିବା ପାଇଁ ପୋଲିସ ପକ୍ଷରୁ ଅପିଲ କରାଯାଇଛି। ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୦୨୨ ମେ ପରେ ଏଭଳି ବଡ ଧରଣର ଗୁଳିକାଣ୍ଡ ହୋଇଛି ।
ଅଧିକ ପଢ଼ନ୍ତୁ : ସଙ୍ଗୀତ ପାଇଁ ଫେରିଆସିବ ଶାନ୍ତି