ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ପାଇଁ ଆଜିର ଦିନଟି ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଛି। ଗୋଟିଏ ପଟେ ସେନସେକ୍ସ ୭୨୦୦୦ ର ଗୁରୁତ୍ୱପୂର୍ଣ୍ଣ ସ୍ତର ତଳକୁ ଖସି ଆସିଥିବା ବେଳେ ଅନ୍ୟପଟେ ନିବେଶକମାନଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ମାତ୍ର ଗୋଟିଏ ଦିନର କାରବାରରେ ନିବେଶକଙ୍କ ପ୍ରାୟ ୯.୪୩ ଲକ୍ଷ କୋଟି ଟଙ୍କା ପୋଛି ହୋଇଯାଇଛି।
୨୬ ମାସ ପରେ ଏଭଳି ସ୍ଥିତି
ବିଏସଇ (BSE) ସେନସେକ୍ସ ଆଜି ପ୍ରାୟ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୦୦୦ ର ମନସ୍ତାତ୍ବିକ ସ୍ତରକୁ ଖସିଛି। ଦୀର୍ଘ ୨୬ ମାସ ପରେ ବଜାରରେ ଏଭଳି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଥିଲା। ଭୟର ବାତାବରଣ ମଧ୍ୟରେ ନିବେଶକ ନିଜର ସେୟାର ବିକ୍ରି କରିବାରେ ଲାଗିଥିଲେ।
ନିବେଶକଙ୍କ ୯.୪୩ ଲକ୍ଷ କୋଟି ଟଙ୍କା ସଫା
ବଜାରରେ ହ୍ରାସ ଯୋଗୁଁ ବିଏସଇ (BSE) ରେ ତାଲିକାଭୁକ୍ତ ସମସ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ୩୯୨ ଲକ୍ଷ କୋଟି ଟଙ୍କାରୁ ଖସି ପ୍ରାୟ ୩୮୨.୫୭ ଲକ୍ଷ କୋଟି ଟଙ୍କାକୁ ଚାଲିଆସିଛି। ଏହାର ଅର୍ଥ ହେଉଛି ନିବେଶକମାନେ ଆଜି ଗୋଟିଏ ଦିନରେ ୯.୪୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହରାଇଛନ୍ତି।
ହ୍ରାସ ପଛର ୫ଟି ବଡ଼ କାରଣ:
1. ଇରାନ-ଇସ୍ରାଏଲ୍ ବିବାଦ: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱବ୍ୟାପୀ ସେୟାର ବଜାରରେ ଅସ୍ଥିରତା ଦେଖାଦେଇଛି।
2. ଅଶୋଧିତ ତେଲ ଦର: କ୍ରୁଡ୍ ଅଏଲ୍ ବା ଅଶୋଧିତ ତେଲର ମୂଲ୍ୟ ବଢିବା ଯୋଗୁଁ ଭାରତୀୟ ଅର୍ଥନୀତି ଉପରେ ଚାପ ପଡ଼ୁଛି।
3. ବିଦେଶୀ ନିବେଶକ: ବିଦେଶୀ ସାଂସ୍ଥାଗୁଡ଼ିକ ନିବେଶକ କ୍ରମାଗତ ଭାବେ ଭାରତୀୟ ବଜାରରୁ ନିଜର ଟଙ୍କା ବାହାର କରିନେଉଛନ୍ତି।
4. ଆମେରିକୀୟ ବଣ୍ଡ୍ ୟିଲ୍ଡ: ଆମେରିକାରେ ବଣ୍ଡ୍ ୟିଲ୍ଡ ବୃଦ୍ଧି ପାଇବା ଦ୍ୱାରା ନିବେଶକମାନେ ସେୟାର ବଜାର ଅପେକ୍ଷା ବଣ୍ଡ୍ରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି।
5. ମୁଦ୍ରାସ୍ଫୀତି ଏବଂ ସୁଧ ହାର: ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ବଢିବା ଏବଂ ସୁଧ ହାର ହ୍ରାସ ନହେବା ଯୋଗୁଁ ନିବେଶକଙ୍କ ମନରେ ନକାରାତ୍ମକ ପ୍ରଭାବ ପଡ଼ୁଛି।