ସରକାରଙ୍କ ପାଖରେ ଥିବା ଆର୍ଥିକ ବ୍ୟବସ୍ଥା ସ୍ଥାୟୀ ନୁହେଁ: ପୂର୍ବତନ ଆର୍‌ବିଆଇ ଗଭର୍ଣ୍ଣର ରାଜନ୍‌
Khabar Odisha:Rajan-targets-modi-goverment-on-economic-performance
ନୂଆଦିଲ୍ଲୀ, ଅକ୍ଟୋବର ୧୩ (ଖବର ଓଡ଼ିଶା):

ଦେଶର ବହୁସଂଖ୍ୟକ ଦେଶକୁ ଅନ୍ଧାର ଓ ଅନିଶ୍ଚିତତା ରାସ୍ତାରେ ନେଇଯିବ । କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ଏକ ଲମ୍ବା ସମସ୍ୟାକୁ ଠେଲି ଦେଉଛନ୍ତି । ସରକାରଙ୍କ ନିକଟରେ ଏବେ ମହଜୁଦ ଥିବା ଆର୍ଥିକ ବ୍ୟବସ୍ଥା ସ୍ଥାୟୀ ନୁହେଁ । ଭୁଲଭାବେ କରାଯାଇଥିବା ନୋଟବନ୍ଦୀ ଓ ଜିଏସ୍‌ଟି ଏହାର ମୁଖ୍ୟ କାରଣ । କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଏକ ଲେକ୍ଚର ଦେବା ବେଳେ ଏଭଳି ଟାର୍ଗେଟ୍‌ କରିଛନ୍ତି ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ୍‌ ।

ରାଜନ୍‌ ଆକଳନ କରିଛନ୍ତି ଯେ ସରକାର ପପୁଲିଷ୍ଟ ପଲିସିକୁ ଆପଣାଇ ଆମେରିକା ଦେଶ ଭଳି ଆମ ଦେଶକୁ ଆଗକୁ ବଢ଼ାଉଛନ୍ତି । ଦେଶରେ ଏବେ ପ୍ରଗତି କମ୍‌ ହେଉଛି । ଏହା ସହିତ ସରକାର ବେଲଫେୟାର ସ୍କିମ୍‌କୁ ଆଗକୁ ବଢ଼ାଉଛନ୍ତି । ଏଭଳି ଆପଣ ଲଗାତର ଖର୍ଚ୍ଚ କରି ପାରିବେ ନାର୍ ବୋଲି ସେ କହିଛନ୍ତି । ଫାଇନାନ୍ସ ଓ ରିୟଲ୍‌ ଇଷ୍ଟେଟ୍‌ ଆର୍ଥିକ ଅବନତିର ସଙ୍କେତ ଅଟେ । ଏହା ମୂଳ କାରଣ ନୁହେଁ । ମାନ୍ଦାବସ୍ଥାର ମୁଖ୍ୟ କାରଣ ହେଉଛି ଯେ ଆମେ ଆମର ପ୍ରଗତିକୁ ବଢ଼ାଇବାରେ ସଫଳତା ପାଇ ନାହୁଁ ।

ଏଥିପାଇଁ ରଘୁରାମ ସରକାରଙ୍କ ନେତୃତ୍ୱର କେନ୍ଦ୍ରୀକରଣକୁ ଦାୟୀ କରିଛନ୍ତି । ପ୍ରଥମ ପାଳିରେ ନରେନ୍ଦ୍ର ମୋଦୀ ଆର୍ଥିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ନ ଥିଲେ । ଏହାର କାରଣ ହେଉଛି କୌଣସି ନିଷ୍ପତ୍ତିରେ ନେତୃତ୍ୱ ଉପରେ ଅଧିକ ନିର୍ଭର କଲେ । ଯାହା ପାଖରେ ନିରନ୍ତର ଓ ତାର୍କିକ ଭିଜନ୍‌ ନାହିଁ ସେ କିଭଳି ପ୍ରଗତି କରିବ । 

  • Tags:

Subscribe

National International State Sports Entertainment