ନୂଆଦିଲ୍ଳୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଏମ୍ପିସି ବୈଠକର ଫଳ ଗଣମାଧ୍ୟମ ହାତରେ ଲାଗିଛି। ଏଥର ମଧ୍ୟ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅର୍ଥାତ ୬.୫୦ ପ୍ରତିଶତ ପୂର୍ବ ଭଳି ରହିଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଏମ୍ପିସି ବୈଠକରେ ମଧ୍ୟ ପଲିସି ରେଟ୍ ସ୍ଥିର ରଖାଯାଇଥିଲା। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ମୁମ୍ବାଇରେ ଆରମ୍ଭ ହୋଇଥିବା ବୈଠକର ଫଳାଫଳ ଘୋଷଣା କରିଥିଲେ। ରେପୋ ରେଟ୍ ସ୍ଥିର ରହିବା କାରଣରୁ ଇଏମ୍ଆଇରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅନୁସାରେ ଏମ୍ପିସିର ୬ରୁ ୪ ସଦସ୍ୟ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ପକ୍ଷରେ ନାହିଁ । ନୂତନ ଆର୍ଥିକ ବର୍ଷର ଏହା ଦ୍ୱିତୀୟ ଏମ୍ପିସି ବୈଠକ ଏବଂ ବର୍ତ୍ତମାନ ରେପୋରେଟ୍ ୬.୫୦ ପ୍ରତିଶତ ସ୍ଥିର ରହିଛି। ରିଜର୍ଭ ବ୍ୟାଙ୍କ ଶେଷଥର ୨୦୨୩ ଫେବ୍ରୁଆରୀରେ ରେପୋ ରେଟ୍ ପରିବର୍ତ୍ତନ କରିଥିଲେ ଏବଂ ଏହାକୁ ୨୫ ବେସିକ ପଏଣ୍ଟବଢ଼ାଇ ୬.୫୦ ପ୍ରତିଶତ କରିଦେଇଥିଲେ। ଶୁକ୍ରବାର ଦିନ ଫଳ ଘୋଷଣା କରି ଶ୍ରୀ ଦାସ କହିଛନ୍ତି, ମେ’ ମାସର ଏମ୍ପିସି ବୈଠକରେ ଚର୍ଚ୍ଚା ପରେ ରେପୋ ରେଟ ୬.୫୦ ପ୍ରତିଶତ ସ୍ଥିର ରହିଛି । ରିଭର୍ସ ରେପୋ ରେଟ୍ ୩.୪୫ ପ୍ରତିଶତ ଷ୍ଟାଣ୍ଡିଂ ଡିପୋଜିଟ୍ ଫେସିଲିଟି ରେଟ୍ ୬.୨୫ ପ୍ରତିଶତ, ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି ରେଟ୍ ୬.୭୫ ପ୍ରତିଶତ ଓ ବ୍ୟାଙ୍କ ରେଟ୍ ୬.୭୫ ପ୍ରତିଶତ ରଖାଯାଇଛି। ଆରବିଆଇ ଜିଡିପି ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ୭.୨ ପ୍ରତିଶତ ରହିବା ଆକଳନ କରିଛି।