ପିଏମସି ବ୍ୟାଙ୍କ ମାମଲା: ଗ୍ରାହକଙ୍କୁ ଆଶ୍ୱାସନା ଦେଲେ ଅର୍ଥମନ୍ତ୍ରୀ, କହିଲେ ଦରକାର ପଡିଲେ ଆଇନରେ ହେବ ପରିବର୍ତ୍ତନ
Khabar Odisha:National-news-Nirmala-Sitharaman-Arrives-At-BJP-Office-Depositors-Of-PMC-Bank-Are-Protesting-Outside
ମୁମ୍ୱାଇ, ଅକ୍ଟୋବର ୧୦ (ଖବର ଓଡ଼ିଶା):

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ମାମଲାରେ ଆକାଉଣ୍ଟ ହୋଲ୍ଡରଙ୍କୁ ସକ୍ଷାତ କରିଛନ୍ତି । ପିଏମସି ମାମଲାର ଶୀଘ୍ର ସମାଧାନ କରିବାକୁ ଚେଷ୍ଟା ଜାରି ରହିଛି । ଅର୍ଥମନ୍ତ୍ରୀ ଏହି ମାମଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ସହ ଆଲୋଚନା କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପିଏମସି ବ୍ୟାଙ୍କ ମାମଲା ଉପରେ ଆରବିଆଇର ନଜର ରହିଛି । ସମବାୟ ବ୍ୟାଙ୍କ ଶୈଳୀରେ ଗ୍ରୁପର ଗଠନ କରାଯିବ । ଗ୍ରୁପ ସମବାୟ ବ୍ୟାଙ୍କରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେବ । ସମବାୟ ବ୍ୟାଙ୍କ ପାଇଁ ରେଗୁଲେଟର ଉପରେ ମଧ୍ୟ ବିଚାରବିମର୍ଶ କରାଯିବ । ଆସନ୍ତା ଶୀତକାଳୀନ ଅଧିବେଶନରେ ଏହା ଉପରେ ସଂସୋଧିତ ବିଲ ମଧ୍ୟ ଆଗତ ହୋଇପାରେ ଏବଂ ଆବଶ୍ୟକ ପଡିଲେ ଆଇନରେ ପରିବର୍ତ୍ତନ ମଧ୍ୟ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । 

ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ସାମ୍ୱାଦିକ ସମ୍ମିଳନୀରେ ଗ୍ରାହକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଆରବିଆଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି  ଏବଂ ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ହୋଇଛି । ଏହାସହ ସେ ସୂଚନା ଦେଇଛନ୍ତି ଯେ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଆଜି ସଂଧ୍ୟାରେ ବୈଠକ କରିବେ ଏବଂ ଏହି ବୈଠକରେ ପିଏମସି ବ୍ୟାଙ୍କର ଗ୍ରାହକଙ୍କ ଆବଶ୍ୟକତା ଉପରେ ଧ୍ୟାନ ରଖାଯିବ । 

ଗୁରୁବାର ଦିନ ମୁମ୍ୱାଇ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ବାହାରେ ପିଏମସି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସାମ୍ୱାଦିକ ସମ୍ମିଳନୀ କରିଥିଲେ । ଦଳୀୟ କାର୍ଯ୍ୟାଳୟର ବାହାରେ ହେଉଥିବା ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଏହା ସହ ସରକାରଙ୍କ ପ୍ରତ୍ୟୋକ୍ଷ ଭାବେ କୌଣସି ଦେବା ନେବା ନାହିଁ । 

Subscribe

National International State Sports Entertainment