ପିଏନବି ଘୋଟାଲା: ଭୂଷଣ ପାୱର ଏଣ୍ଡ ଷ୍ଟିଲର ୪୦୨୫ କୋଟିର ସମ୍ପତ୍ତି ଆଟାଚ୍‌
Khabar Odisha:National-news--ED-Attached-Immovable-Properties-Of-Around-Rs-4025-Crores-Of-Bhushan-Power-And-Steel-Limited
ନୂଆଦିଲ୍ଲୀ,ଅକ୍ଟୋବର ୧୨ (ଖବର ଓଡ଼ିଶା):

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ଭୂଷଣ ପାୱର ଏଣ୍ଡ ଷ୍ଟିଲ ଲିମିଟେଡ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  କମ୍ପାନିର 4,025.23 କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରିଛି । ଆର୍ଥିକ ହେରଫେର ଅଧିନିୟମ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଘୋଟାଲାର ଅଭିଯୋଗ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିଲା । ପିଏନବି ନିଜ ଅଭିଯୋଗରେ ଉଲ୍ଲେଖ କରିଥିଲା ଯେ ଫରେନ୍ସିକ ଅଡିଟରେ ସାମ୍ନାକୁ ଆସିଥିଲା ଯେ ଭୂଷଣ ପାୱର ଏଣ୍ଡ ଷ୍ଟିଲ ଲିମିଟେଡ ଋଣଦାତା ବ୍ୟାଙ୍କଠାରୁ ଟଙ୍କା ଏକାଠି କରିବା ପାଇଁ ଦସ୍ତାବିଜ ଗୁଡିକରେ ହେରଫେର କରିଥିଲା । ଆରବିଆଇ ସହ ପିଏନବି ଏହି ସୂଚନା ସେୟରା ମାର୍କେଟକୁ ମଧ୍ୟ ଦେଇଥିଲା । 

Subscribe

National International State Sports Entertainment