ନୂଆଦିଲ୍ଲୀ, ମେ ୦୩ (ଖବର ଓଡ଼ିଶା): ଆଜି ପବିତ୍ର ଅକ୍ଷୟ ତୃତୀୟା । ଭାରତୀୟ ପରଂପରା ଅନୁସାରେ ଆଜିର ଦିନ ସୁନା କିଣିଲେ ଶୁଭ ହୋଇଥାଏ । ଭାରତରେ ନିବେଶ ପାଇଁ ସୁନା ଏକ ଭସରାଯୋଗ୍ୟ ବିକଳ୍ପ । ବର୍ଷ ସାରା ସଂଚୟ ଟଙ୍କାରେ ଲୋକେ ସୁନା କିଣିଥାନ୍ତି । ଯଦି ଆପଣ ଅକ୍ଷୟ ତୃତୀୟା ଦିନ ସୁନା କିଣିବାକୁ ଭାବୁଥିଲେ, ଜରୁରୀ ନାହିଁ ଯେ, ଅଳଙ୍କାର କିଣିବା । ସୁନାରେ ନିବେଶ କରିବା ପାଇଁ ଏକାଧିକ ବିକଳ୍ପ ମଧ୍ୟ ରହିଛି ।
ଅକ୍ଷୟ ତୃତୀୟା ଅବସରରେ ଅନ୍ଲାଇନ୍ ଗୋଲ୍ଡ ଇଟିଏଫର ନିବେଶ କରିପାରିବେ । କିନ୍ତୁ ଏଥି ପାଇଁ ଆପଣଙ୍କ ପାଖରେ ଡିମେଟ ଆକାଉଣ୍ଟ ହେବା ଦରକାର । ଗୋଲ୍ଡ ଇଟିଏଫ ଅଥବା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଲାଭ ଉଠାଇପାରିବେ । ଆପଣ ଏହାକୁ ସହଜରେ ଅନ୍ଲାଇନ୍ କିଣା-ବିକା କରିପାରିବେ । ଗୋଲ୍ଡ ଇଟିଏଫ ଏକ ଇନ୍ଭେଷ୍ଟମେଣ୍ଟ ଫଣ୍ଡ, ଯାହାର ସେୟାର ବଜାରରେ ଏକ୍ସଚେଞ୍ଜ ଉପରେ ଶେୟାର ଭଳି କିଣାବିକା ହୋଇଥାଏ । ଇଲେକ୍ଟ୍ରୋନିକ ଫର୍ମ ହୋଇଥିବାରୁ ଏହା ସୁରକ୍ଷିତ ।
ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ ନିବେଶ କରିବା ପାଇଁ ଅନ୍ୟ ଏକ ବିକଳ୍ପ । ଫିଜିକାଲି ଗୋଲ୍ଡ ରଖିବା ଏହି ମାଧ୍ୟମ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ସେହିପରି ସୁନାରେ ନିବେଶ କରିବା ପାଇଁ ଡିଜିଟାଲ ଗୋଲ୍ଡ ହେଉଛି ଅନ୍ୟ ଏକ ପ୍ଲାଟଫର୍ମ । ଫିଜିକାଲ ଗୋଲ୍ଡ ଆଜି ବି ଗ୍ରାମାଞ୍ଚଳରେ ଲୋକପ୍ରିୟ ରହିଛି । ଲୋକେ ସୁନାରେ ନିବେଶ କରିବାକୁ ଲୋକେ ଅଳଙ୍କାରକୁ ବିକଳ୍ପ ଭାବନ୍ତି ।