ନୂଆଦିଲ୍ଲୀ: ଦେଶର ଅନ୍ୟତମ ବ୍ୟବସାୟିକ କଂପାନୀ ୱାଡିଆ ଗ୍ରୁପ୍ର ଏୟାରଲାଇନ୍ସ କଂପାନୀ ‘ଗୋ ଫାଷ୍ଟ’ର ଖରାପ ଦିନ ଶେଷ ହେଉନାହିଁ। ଏହି ବିମାନ କଂପାନୀ ନିଜକୁ ଦେବାଳିଆ ଘୋଷଣା କରିଛି। ପୁଣି ଥରେ ବିମାନକୁ ଆକାଶରେ ଉଡାଇବାକୁ କଂପାନୀ ଉଦ୍ୟମ କରୁଥିବା ବେଳେ ଏହା ସଫଳ ହୋଇପାରୁ ନାହିଁ। ଏବେ ଧୀରେଧୀରେ ନିବେଶକାରୀମାନେ ଗୋ ଫାଷ୍ଟ ପାଖରୁ ମୁହଁ ଫେରାଉଛନ୍ତି।
ଆମେରିକୀୟ କଂପାନୀ ପ୍ରାଟ ଆଣ୍ଡ ହ୍ୱିଟ୍ନୀ ତରଫରୁ ଇଂଜିନ ମିଳିପାରୁ ନଥିବାରୁ ଗୋ ଫାଷ୍ଟ ଅଧାରୁ ଅଧିକ ବିମାନ ଗତ ବର୍ଷ ଉଡ଼ିପାରୁ ନାହିଁ। ରିପୋର୍ଟ ଅନୁସାରେ ଖରାପ ଇଂଜିନ କାରଣରୁ ଏୟାରଲାଇନ୍ସର ପାଖାପାଖି ୫୦ଟି ବିମାନର ଅପରେସନର ବନ୍ଦ ରହିଛି। ତେଣୁ କଂପାନୀର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଛି।
କଂପାନୀର ବିମାନ ଆଡ୍ଡାରେ ଅଧିକାଂଶ ଏୟାରବସ୍ ଏୟାରକ୍ରାଫ୍ଟ ଥିଲା ଏବଂ ଏଥିରେ ପ୍ରାଟ ଆଣ୍ଡ ହ୍ୱିଟ୍ନୀ ଏରୋସ୍ପେସ୍ କଂପାନୀର ଇଂଜନକୁ ବ୍ୟବହାର କରାଯାଇଥିଲା। ଏହି ଇଂଜିନରେ ଖରାପ କାରଣରୁ ୫୦ ପ୍ରତିଶତରୁ ଅଧିକ ଏୟାରକ୍ରାଫ୍ଟ ଦୀର୍ଘ ଦିନରୁ ପାର୍କିଂରେ ରହିଛି।