ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ସମ୍ପର୍କରେ ଆଜି ଅପରାହ୍ନ ୪ ଟାରେ ବିସ୍ତୃତ ବିବରଣୀ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ
Khabar Odisha:Finance-minister-press-conference-in-4-pm-for-package
ନୂଆଦିଲ୍ଲୀ, ମେ ୧୩(ଖବର ଓଡ଼ିଶା):

 କରୋନା ଭାଇରସ ଯୋଗୁଁ ସାରା ଭାରତରେ ଦେଖାଦେଉଥିବା ଆର୍ଥିକ ମାନ୍ଦାବସ୍ଥା ଦୂର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ୨୦ ଲକ୍ଷ କୋଟି ଟଙ୍କାର ଏହି ଆର୍ଥିକ ପ୍ୟାକେଜ ଘୋଷଣା ସମ୍ପର୍କରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଅପରାହ୍ନ ୪ରେ ପ୍ରେସ କନଫରେନ୍ସ ମାଧ୍ୟମରେ ବିସୃତ ତଥ୍ୟ ଦେବେ। 

ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି କରୋନା ଭାଇରସ। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ।ଏହାକୁ ଦୃଷ୍ଟିରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଗରିବ ଶ୍ରେଣୀରୁ ମଧ୍ୟବିତ୍ତ ସବୁ ବର୍ଗର ଲୋକଙ୍କ ସହାୟତା କରିବ ବୋଲି ମୋଦୀ କହିଛନ୍ତି । ଶ୍ରମିକ, ଚାଷୀ, ମଜୁରିଆ ସହ ଅନେକ ଶ୍ରେଣୀର ବ୍ୟକ୍ତିଙ୍କୁ ଏହା ସହାୟକ ହେବ । ଏହି ଆର୍ଥିକ ପ୍ୟାକେଜ ଘୋଷଣା ସମ୍ପର୍କରେ ଆଜି ଅପରାହ୍ନ ସମୟ ୪ ଟା ରେ ପ୍ରେସ କନଫରେନ୍ସ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ।ଏହି ସମୟରେ ସେ ଅନେକ ଗୁରୁତ୍ତ୍ୱପୂର୍ଣ ବିକାଶ ଦିଗରେ ଏହି ଟଙ୍କା ଖର୍ଚ୍ଚ ଉପରେ ତଥ୍ୟ ଦେବେ ।

  • Tags:

Subscribe

National International State Sports Entertainment