କୋଭିଡ-୧୯: ଲକଡାଉନ ଶେଷ ହେଲେ ବି ବୁକିଂ ଆରମ୍ଭ କରିବନି ଏୟାର ଇଣ୍ଡିଆ
Khabar Odisha:Business-coronavirus-luckdown-Air-India-booking-closed-tickets-till-April-30-this-is-the-reason

ନୂଆଦିଲ୍ଲୀ, ଏପ୍ରିଲ ୦୪ (ଖବର ଓଡ଼ିଶା): ଏୟାର ଇଣ୍ଡିଆ ଆଗାମୀ ଏପ୍ରିଲ ୩୦ ଯାଏଁ ଟିକେଟ ବୁକିଂ କରିବ ନାହିଁ । କମ୍ପାନୀ ଶୁକ୍ରବାର କହିଛି ଯେ, ଏପ୍ରିଲ ୧୪ରେ ଲକଡାଉନ ସମୟ ଶେଷ ହେବା ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । କମ୍ପାନୀର ଜଣେ ମୁଖପାତ୍ର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏଣିକି ବୁକିଂ ଶୁକ୍ରବାର ଠାରୁ ଏପ୍ରିଲ ୩୦ ଯାଏଁ ବନ୍ଦ କରି ଦିଆଯାଇଛି । ସେ କହିଛନ୍ତି ଆମେ ଏପ୍ରିଲ ୧୪ ପରେ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।  

ମାତ୍ର ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା ଗୁରୁବାର କହିଥିଲେ, ବିମାନ କମ୍ପାନୀ ଏପ୍ରିଲ ୧୪ ପରେ ତାରିଖ ପାଇଁ ଟିକେଟ ବୁକିଂ ଆରମ୍ଭ କରିବା ଲାଗି ସ୍ୱାଧୀନତା ପାଇବେ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ସଂକ୍ରମଣ ଲାଗି ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ଆଗାମୀ ଏପ୍ରିଲ ୧୪ରେ ଶେଷ ହେବ । 

 

  • Tags:

Subscribe

National International State Sports Entertainment