ଭାରତରୁ କପା ଓ ଚୀନୀ ଆମଦାନୀ ନେଇ ପ୍ରସ୍ତାବ କାହିଁକି ଖାରଜ କଲା ପାକିସ୍ତାନ, କାରଣ ଜାଣନ୍ତୁ
Khabar Odisha:Business-Why-did-Pakistan-reverse-the-announcement-of-starting-trade-with-india-within-24-hours

ନୂଆଦିଲ୍ଲୀ, ଏପ୍ରିଲ ୦୨ (ଖବର ଓଡ଼ିଶା): ପାକିସ୍ତାନର ଇମ୍ରାନ୍ ସରକାର ୨୪ ଘଣ୍ଟା ମଧ୍ୟରେ ୟୁ-ଟର୍ଣ୍ଣ ମାରିଛି । ଭାରତରୁ କପା ଓ ଚୀନୀ ଆମଦାନୀ ନେଇ ମଂଜୁରୀ ଦେବାକୁ ଏବେ ସ୍ପଷ୍ଟ ଭାବେ ମନା କରିଦେଇଛି । ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କୁରେଶୀ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ନ ମିଳିଛି, ସେତେଦିନ ଯାଏଁ ନିଷ୍ପତ୍ତିକୁ ଫେରାଇ ନିଆଯାଇପାରିବ ନାହିଁ । 

ଏହା ପୂର୍ବରୁ ବୁଧବାର ପାକିସ୍ତାନର ନୂତନ ଅର୍ଥମନ୍ତ୍ରୀ ହମ୍ମାଦ ଆଜହର ଘୋଷଣା କରିଥିଲେ ଯେ, ପାକିସ୍ତାନ ପଡୋଶୀ ଦେଶ ଭାରତରୁ ଆମଦାନୀ ନେଇ ଯେଉଁ କଟକଣା ଲଗାଇ ଥିଲା, ଏହାକୁ କୋହଳ କରିଦେଇଛି । ସେ ନିଜ ଅଧ୍ୟକ୍ଷତାରେ ହୋଇଥିବା ଆର୍ଥିକ ସମନ୍ୱୟ ସମିତି (ଇସିସି)ର ବୈଠକ ପରେ ଭାରତରୁ କପା ଓ ଚୀନୀ ଆମଦାନୀ ଉପରେ ଲାଗିଥିବା ପୁରୁଣା କଟକଣା କୋହଳ କରାଯାଇଥିବା ନେଇ ଘୋଷଣା କରିଥିଲେ । କ୍ୟୁରେଶୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରିମଣ୍ଡଳ ଭାରତରୁ କପା ଓ ଚୀନୀ ଆମଦାନୀ ପ୍ରସଙ୍ଗରେ ଆଲୋଚନା କରିଥିଲେ । 

କ୍ୟୁରେଶୀ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଥିଲେ ଯେ, ଭାରତ ସହିତ ବ୍ୟବସାୟିକ ସଂପର୍କ ପୁଣି ଥରେ ଆରମ୍ଭ ହୋଇଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ମନ୍ତ୍ରିମଣ୍ଡଳ ସମ୍ମତି ଜଣାଇଛନ୍ତି । କିନ୍ତୁ ୨୦୧୯ ଅଗଷ୍ଟରେ ହୋଇଥିବା ଏକତରଫା କାର୍ଯ୍ୟାନୁଷ୍ଠାନ ଯେତେଦିନ ପର୍ଯ୍ୟନ୍ତ ଫେରାଇ ନ ନିଆଯାଇଛି, ଭାରତ ସହିତ ସଂପର୍କ ସାଧାରଣ ହେବା ସମ୍ଭବ ନୁହେଁ । ସୂଚନାଯୋଗ୍ୟ, ଭାରତ ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁଖଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ ।   

 

  • Tags:

Subscribe

National International State Sports Entertainment