ମୁମ୍ବାଇ, ଜାନୁଆରୀ ୨୩ (ଖବର ଓଡ଼ିଶା): ଶସ୍ତାରେ ବିମାନ ସେବା ଯୋଗାଉଥିବା କଂପାନୀ ‘ଗୋଏୟାର’ ଘରୋଇ ନେଟୱାର୍କରେ କମ ଭଡାରେ ୧୦ ଲକ୍ଷ ସିଟ ଉପସ୍ଥାପନ କରୁଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୀମିତ ସମୟ ପାଇଁ ଏହି ସ୍ୱତନ୍ତ୍ର ରିହାତି ଆଣିଛି । ଏହି ରିହାତି ଅନୁସାରେ ଯାତ୍ରୀ ୮୫୯ଟଙ୍କାରେ ବିମାନ ଟିକେଟ କିଣିପାରିବେ ।
ଗୋଏୟାର ଶୁକ୍ରବାର କହିଛି ଯେ, ବୁକିଂ ଜାନୁଆରୀ ୨୨ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଏହା ୨୯ ତାରିଖ ଯାଏଁ ଜାରି ରହିବ । ଏହି ଟିକେଟ ମାଧ୍ୟମରେ ଯାତ୍ରୀ ଏପ୍ରିଲ ୧ ତାରିଖ ଠାରୁ ଡିସେମ୍ବର ୩୧ ଯାଏଁ ଯାତ୍ରା କରିପାରିବେ ।
ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ, ଟିକେଟ ବୁକିଂ ୱାନ-ୱେ ପାଇଁ ହେବ । ଏହି ଯୋଜନା ଅନୁସାରେ ବୁକ କରାଯାଇଥିବା ଟିକେଟରେ ୧୪ ଦିନ ପୂର୍ବରୁ କୌଣସି ପରିବର୍ତ୍ତନ ଶୁଳ୍ପ ନିଆଯିବ ନାହିଁ ।