୨ଟି ବ୍ୟାଙ୍କ ଉପରେ ୫୯ ଲକ୍ଷ ଟଙ୍କା ଜରିମାନା ଲଗାଇଲା ଆରବିଆଇ, ଏଠାରେ ଆପଣଙ୍କ ଖାତା ଅଛି କି?
Khabar Odisha:Business-RBI-imposes-penalty-on-Abhyudaya-co-operative-and-Noida-commercial-co-operative-bank

ନୂଆଦିଲ୍ଲୀ, ମେ ୧୦ (ଖବର ଓଡ଼ିଶା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମ ପାଳନ ନ କରିବା ଅଭିଯୋଗରେ ୨ଟି ବ୍ୟାଙ୍କକୁ ୫୯ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛି । ଏହି ୨ଟି ବ୍ୟାଙ୍କ ମୁମ୍ବାଇ ଓ ଗାଜିଆବାଦରେ ଅଛି । ମୁମ୍ବାଇସ୍ଥିତ ଅଭ୍ୟୁଦୟ କୋ-ଅପରେଟିଭ ବ୍ୟାଙ୍କ ଉପରେ ଅନେକ ନିର୍ଦେଶକୁ ଲାଗୁ କରା ନଟିବା ଅଭିଯୋଗରେ ୫୮ ଲକ୍ଷ ଟଙ୍କା ଜରିମାନା ହୋଇଛି । 

ଇ୍ୟାଙ୍କ ତରଫରୁ ଏନପିଏ ସହିତ ଜଡିତ ନିୟମକୁ ଅଣଦେଖା କରାଯାଇଥିଲା । ଏହି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଅଭ୍ୟୁଦୟ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ଅନ୍ୟପଟରେ ରିଜର୍ଭ ବ୍ୟାଙ୍କ ଅନ୍ୟ ଏକ ବୟାନରେ କହିଛି ଯେ, ଗାଜିଅବାଦାସ୍ଥିତ ନୋଏଡା କମର୍ସିଆଲ କୋ-ଅପରେଟିଭ ବ୍ୟାଙ୍କ ଉପରେ ମଧ୍ୟ ବ୍ୟାଙ୍କିଙ୍ଗ ରେଗୁଲେଶନ ଆକ୍ଟ ୧୯୪୯ ନିୟମକୁ ଅଣଦେଖା କରିବାକୁ ୧ ଲକ୍ଷ ଟଙ୍କା ଜରିମାନା ଦେବକୁ ଆଦେଶ ଦେଇଛି । ତେବେ ଏହି ୨ଟି ବ୍ୟାଙ୍କରେ ଯଦି କୌଣସି ଗ୍ରାହକ ଅଛନ୍ତି, ତା’ହେଲେ ସତର୍କ ହୋଇଯିବା ଦରକାର । 

 

  • Tags:

Subscribe

National International State Sports Entertainment