ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ କେବଳ ୨ ଦିନ ଖୋଲିବ ବ୍ୟାଙ୍କ, ପୂର୍ବରୁ କରିନିଅନ୍ତୁ କାମ
Khabar Odisha:Business-Banks-will-have-many-holidays-between-March-27-and-April-4-work-will-be-only-two-days-see-full-list

ନୂଆଦିଲ୍ଲୀ, ମାର୍ଚ୍ଚ ୨୧ (ଖବର ଓଡ଼ିଶା): ହୋଲି ଓ ମାର୍ଚ୍ଚ ମାସର ୪ର୍ଥ ଶନିବାର ଯୋଗୁଁ ଆସନ୍ତା ସପ୍ତାହ ୨୭, ୨୮ ଓ ୨୯ ତାରିଖ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ମାର୍ଚ୍ଚ ୨୭ରେ ଶନିବାର, ମାର୍ଚ୍ଚ ୨୮ ରବିବାର ଓ ମାର୍ଚ୍ଚ ୨୯ରେ ହୋଲି ଅବସରରେ ବ୍ୟାଙ୍କ ଗୁଡ଼ିକ ଛୁଟି ରହିବ । ଯଦି ଦେଖାଯିବ ମାର୍ଚ୍ଚ ୨୭ ଓ ଏପ୍ରିଲ ୩ ତାରିଖ ମଧ୍ୟରେ ମାତ୍ର ୨ ଦିନ ବ୍ୟାଙ୍କ ଖୋଲିବ । ତେଣୁ ଗ୍ରାହକ ବ୍ୟାଙ୍କ ସଂପର୍କିତ କାମ ମାର୍ଚ୍ଚ ୨୭ ପୂର୍ବରୁ ଶେଷ କରିଦେଲେ ଭଲ । 

ପାଟଣାରେ ବ୍ୟାଙ୍କର ସମସ୍ତ ଶାଖା ୪ ଦିନ ଲଗାତାର ବନ୍ଦ ରହିବ । କାରଣ ମାର୍ଚ୍ଚ ୩୦ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ତାଲିକା ଅନୁସାରେ ଏକ ଛୁଟି ରହୁଛି । କିନ୍ତୁ ପାଟଣାକୁ ଛାଡ଼ି ଭାରତରେ ବ୍ୟାଙ୍କ ଖୋଲା ରହିବ । ମାର୍ଚ୍ଚ ମାସର ଶେଷ ଦିନ ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ନାହିଁ । କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ଗ୍ରାହକଙ୍କ କୌଣସି କାମ କରିବେ ନାହିଁ । କାରଣ ହେଲା ସେହି ଦିନ ଆର୍ଥିକ ବର୍ଷର ଶେଷ ଦିନ । 

ବ୍ୟାଙ୍କ ଛୁଟି: ମାର୍ଚ୍ଚ ୨୭ ୪ର୍ଥ ଶନିବାର, ମାର୍ଚ୍ଚ ୨୮ ରବିବାର, ମାର୍ଚ୍ଚ ୨୯ ହୋଲି, ମାର୍ଚ୍ଚ ୩୦ ପାଟଣାରେ ବ୍ୟାଙ୍କ ବନ୍ଦ, ମାର୍ଚ୍ଚ ୩୧ ଆର୍ଥିକ ବର୍ଷର ଶେଷ ଦିନ, ଏପ୍ରିଲ ୧ ବ୍ୟାଙ୍କର ଲେଖାବନ୍ଦୀ, ଏପ୍ରିଲ ୨ ଗୁଡ ଫ୍ରାଇଡେ, ଏପ୍ରିଲ ୩ ବ୍ୟାଙ୍କ ଖୋଲା ରହିବ ଓ ଏପ୍ରିଲ ୪ ରବିବାର । 

 

  • Tags:

Subscribe

National International State Sports Entertainment