ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବ ନିଷ୍ପତି
Khabar Odisha:important-meeting-of-chhattisanijoga-today-was-held-on-the-opening-of-the-temple
ଭୁବନେଶ୍ୱର, ଡିସେମ୍ବର 12 (ଖବର ଓଡିଶା)

ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ! ଏନେଇ ଆଜି ଦିନ 12ଟାରେ ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସ ଠାରେ ଅନୁଷ୍ଠିତ ହେବ  ଛତିଶାନିଯୋଗର  ଗୁରୁତ୍ୱପୂର୍ଣ୍ଣ ବୈଠକ  ।  ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ  ।

ଛତିଶାନିଯୋଗର  ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ଖୋଲିବା ସହ ସାଧାରଣ ଭକ୍ତଙ୍କ ଲାଗି କିଭଳି ଦର୍ଶନ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ସେହିଭଳି ଆଜିର ବୈଠକରେ ଶ୍ରୀମନ୍ଦିରରେ ଆସନ୍ତା 15 ତାରିଖରେ ପଡୁଥିବା ଧନୁ ସଂକ୍ରାନ୍ତିରେ  ପହିଲିଭୋଗ ନୀତି ସହ ଜାନୁଆରୀ 14 ରେ ମକର ସଂକ୍ରାନ୍ତି 28 ରେ ଦେବାଭିଷେକ ନେଇ ମଧ୍ୟ ନୀତିନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ ବୋଲି ଜଣାପଡ଼ିଛି ଵୈଠକରେ ପୁରୀ ଜିଲ୍ଲାପାଳ,ଏସପି,ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ରହିବେ   

 

  • Tags:

Subscribe

National International State Sports Entertainment