ଆଜି ଏକାଦଶୀ ଓ ପଞ୍ଚୁକର ପ୍ରଥମ ଦିବସରେ ମହାପ୍ରଭୁଙ୍କ ପାଇଁ ପାତାଳି ଶ୍ରୀକ୍ଷେତ୍ରରୁ ଭକ୍ତ ମାନେ ତୁଳସୀ ଓ ପୁଷ୍ପ ଆଣି ଶ୍ରୀମନ୍ଦିରକୁ ପ୍ରଦାନ କରିଛନ୍ତି । ପଞ୍ଚୁକ ପାଳନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଜଗନ୍ନାଥ ପ୍ରେମୀମାନେ ଏପରି ନିଆରା ଉପାୟ ଆରମ୍ଭ କରିଥିଲେ । ପାତାଳି ଶ୍ରୀକ୍ଷେତ୍ରରୁ ଅଣାଯାଇଥିବା ତୁଳସୀକୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲଗାଯାଏ । ପାତାଳୀ ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ । ତେବେ ଏହି ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ତୁଳସୀ ରଥ ବାହାରି ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲା l ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପାତାଳି ଶୀକ୍ଷେତ୍ରରୁ ତୁଳସୀ ଓ ପୁଷ୍ପ ଆସିଥାଏ ।
ତେବେ ସୋନପୁର ପାତାଳି ଶ୍ରୀକ୍ଷେତ୍ର ଅଞ୍ଚଳରୁ ଶ୍ରୀଜଗନ୍ନାଥ ପ୍ରେମୀ ମାନେ ଏକ ସ୍ୱତନ୍ତ୍ର ପଟୁଆରରେ ଏହି ତୁଳସୀ ଓ ଫୁଲ ଆଣିଥିବା ବେଳେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବରେ ପ୍ରଭୁଙ୍କୁ ପ୍ରଦାନ କରିଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ହେବ ଏହି ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଏଭଳି କରିଆସୁଥିବା ବେଳେ ଏହା କରି ସେମାନେ ଆତ୍ମସନ୍ତୋଷ ପ୍ରାପ୍ତି ହେଉଥିବା ମତ ରଖିଛନ୍ତି। ବହୁ ପରିମାଣର ତୁଳସୀ ଓ ଫୁଲ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସୋନପୁର ରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରଦାନ କରିଛନ୍ତି ।
ପ୍ରଥମେ ପାତାଳି ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ତୁଳସୀ ରଥ ବାହାରିଲା ପରେ ସହର ପରିକ୍ରମା କରିଥିଲେ । ସୋନପୁର ସହ ପରିକ୍ରମା ପରେ ବୌଦ୍ଧ ଜିଲ୍ଲା ଦେଇ ନୟାଗଡ,ଖୋର୍ଦ୍ଧା ପରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ l ରାସ୍ତା ସାରା ଶ୍ରଦ୍ଧାଳୁ ମାନେ ଭକ୍ତିର ସାହ ତୁଳସୀ, ଗେଣ୍ଡୁଫୁଲ ଏବଂ ପଦ୍ମ ଫୁଲ ପ୍ରଦାନ କରିଥିଲେ । ଏହି ତୁଳସୀ,ଗେଣ୍ଡୁ ଫୁଲ ଓ ପଦ୍ମ ଫୁଲକୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଏହି ସବୁ ଲାଗି ହେବ l ପାତାଳି ଶୀକ୍ଷେତ୍ରରୁ ପୁରୀ ଶୀକ୍ଷେତ୍ରକୁ ତୁଳସୀ ରଥ ଆସିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ :ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ସେଡ୍ ବ୍ୟବସ୍ଥା