ଆଜି ବୁଦ୍ଧ ଜୟନ୍ତୀ , ଜାଣନ୍ତୁ ଆଜି କଣ ପାଇଁ ପାଳନ ହୁଏ ବୁଦ୍ଧ ଜୟନ୍ତୀ
Khabar Odisha:Today-is-Buddha-Jayanti-here-know-why-Buddha-Jayanti-is-celebrated-today

"ବୁଦ୍ଧଂ ସରଣମ ଗଚ୍ଛାମି
ଧର୍ମଂ  ସରଣମ ଗଚ୍ଛାମି
ସଂଘମ ସରଣମ ଗଚ୍ଛାମି"

ମେ 26(ଖବର ଓଡିଶା):ବୌଦ୍ଧଧର୍ମ ର ପ୍ରତିଷ୍ଠାତା କହିଲେ ସମଗ୍ର ଏସିଆ ମହାଦେଶ ଏବଂ ଭାରତ ବର୍ଷ ଗୌତମ ବୁଦ୍ଧ ଙ୍କୁ ବୁଝନ୍ତି |ଏହି ମହାମାନବ ବୌଦ୍ଧ ଧର୍ମର ପ୍ରଚାରକ ଥିଲେ |ଏହି ମହାନ ପୁରୁଷ ଙ୍କୁ ଏସିଆର "ଲାଇଟ" କୁହାଯାଏ | ଖ୍ରୀ.ପୂ.ଷଷ୍ଠ ଶତାଦ୍ଧିରେ ନେପାଳର କପିଳାବାସ୍ତୁ ନିକଟ ଲୁମ୍ବିନୀ ଉଦ୍ୟାନ ରେ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ |ଗୌତମ ଵୁଦ୍ଧଙ୍କ ପିତା ଙ୍କ ନାମ ଶୁଦ୍ଧଧନ ଥିଲା ସେ ଶାକ୍ୟ କ୍ଷତ୍ରିୟ ବଂଶ ର ମୁଖ୍ୟ କପିଳାବାସ୍ତୁର ଶାସକ ଥିଲେ |

ବୁଦ୍ଧଦେବଙ୍କ ମାତାଙ୍କ ନାମ ମାୟାଦେବୀ ଥିଲା |ଗୌତମ ବୁଦ୍ଧଙ୍କ ୭ ବର୍ଷ ର ବାଲ୍ୟ ବସ୍ଥା ସମୟରେ ମାତା ମାୟାଦେବୀଙ୍କର ଅକାଳ ମୄର୍ତ୍ୟୁ ଘଟିଥିଲା |ମାତାଙ୍କର ମୁର୍ତ୍ୟୁ ପରେ ତାଙ୍କ ଵିମାତା ମହାପ୍ରଜାପତୀ ଗୌତମୀ ଶିଶୁପୁତ୍ରକୁ ଲାଳନ -ପାଳନ  କରିଥିଲେ |ସେତେବେଳେ ଶିଶୁ ପୁତ୍ରଟିର ନାମ ଥିଲା ସିଦ୍ଧାର୍ଥ ସମୟର ପରିବର୍ତ୍ତନ କ୍ରମେ ସେ ସିଦ୍ଧାର୍ଥରୁ ଗୌତମ ରୂପରେ ପରିଚିତ ହୋଇଥିଲେ |ମାତ୍ର ୧୬ ବର୍ଷ ବୟସ ରେ ଶାକ୍ୟବଂଶୀୟ ଦଣ୍ଡପାଣି ଙ୍କ କନ୍ୟା ଯଶୋଧାରା ଙ୍କ ସହିତ ତାଙ୍କର ବିବାହ କାର୍ଯ୍ୟ ସମ୍ପନ ହୋଇଥିଲା |ତାଙ୍କର ରାହୁଳ ନାମରେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା |

ଶାକ୍ୟ କ୍ଷ୍ୟତ୍ରୀୟ ବଂଶର ଶାସକ ଥିବା ସମୟରେ ସଂସାର ପ୍ରତି ତାଙ୍କର ବିତୃଷ୍ନା ଓ ବୈରାଗ ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଥିଲା |ମାତ୍ର ୨୯ ବର୍ଷ ବୟସ ରେ ସେ ସଂସାର ତ୍ୟାଗ କରି ସଂସାର ର ସବୁ ମାୟାମୋହ କୁ ତୁଟାଇ ସତ୍ୟ ର ସନ୍ଧାନ ଲକ୍ଷ୍ୟ ରେ ଗୃହତ୍ୟାଗ କରିଥିଲେ |ସତ୍ୟ ର ସଦ୍ଧାନ ନିମନ୍ତେ ୬ ବର୍ଷ କାଳ ଭ୍ରମଣ କରି ଶେଷରେ ୬ ବର୍ଷ ପରେ ନିରଞ୍ଜନା ନଦୀ ସନ୍ନିକଟ ଉଋବେଳ ଠାରେ ବୁଦ୍ଧତ୍ୱ ଲାଭ କରି ଗୌତମ ବୁଦ୍ଧ ରୂପେ ପରିଚିତ ହୋଇଥିଲେ |

ଏହାପରେ ସେ ସାରନାଥ ରେ ପାଞ୍ଚ ଜଣ ବ୍ୟକ୍ତି ଙ୍କ ଆଗରେ ସେ ନିଜର ଦିବ୍ୟଜ୍ଞାନ ବର୍ଣ୍ଣନା କରିଥିଲେ |ଏହାପରେ ଦୀର୍ଘ ପଈଁଚାଳିଶି ବର୍ଷ ପଦବ୍ରଜ ରେ ଭ୍ରମଣ କରି ସେ ନିଜର ବୌଦ୍ଧ ଧର୍ମ ପ୍ରଚାର କରିଥିଲେ |ଏହି ମହାନ ପୁରୁଷ ଙ୍କ ପୁର୍ଣ୍ୟତିଥି କୁ ସମଗ୍ର ଏସିଆ ମହାଦେଶ ଭାରତ ବର୍ଷ ଏବଂ ବୌଦ୍ଧଧର୍ମୀ ମାନେ 'ବୁଦ୍ଧ ଜୟନ୍ତୀ ' ଭାବ ରେ ପାଳନ କରିଥାନ୍ତି |
  

  • Tags:

Subscribe

National International State Sports Entertainment