ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହରିଶୟନ ଏକାଦଶୀ ନୀତି । ଶ୍ରୀମନ୍ଦିର ରେ ବନକଲାଗି ନୀତି ହୋଇପାରୁ ନଥିବା ବେଳେ ହରିଶୟନ ଏକାଦଶୀ ନୀତି କୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି ପୁରୀ ମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ବିଧି ଏବଂ ପରମ୍ପରା ଅନୁସାରେ ୩ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁରଙ୍କୁ ବିଜେ କରନ୍ତି । ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ, କାଳିଆ ଠାକୁରଙ୍କ ସ୍ଥାନରେ ଶ୍ରୀ ନାରାୟଣଙ୍କୁ ବିଜେ କରିଥାନ୍ତି । ସେଠାରେ ତିନି ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ସୂଚନା ଯୋଗ୍ୟ ଯେ, ହରିଶୟନ ଏକାଦଶୀରୁ ହରି ଉତଥାନ ଏକାଦଶୀ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇନଥାଏ । ଏହାର ପରଦିନ ଅର୍ଥାତ ରବିବାର ଶ୍ରୀମନ୍ଦିର ଗରୁ ଶୟନ ନୀତି ହେବାର ବିଧି ରହିଛି।