ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, ଶହ ଶହ ବର୍ଷର ପରମ୍ପରା କୁ ଫିକା କରିପାରେ କରୋନା କଟକଣା
Khabar Odisha:The-world-famous-Joronda-Mela-begins-from-today

ଢେଙ୍କାନାଳ, ଫେବୃଆରୀ ୨୫ (ଖବର ଓଡ଼ିଶା): ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ମହିମା ଧର୍ମ ପ୍ରଚାରର ସବୁଠାରୁ ବୃହତ୍ ଉଦାହରଣ ଏହି ମେଳାରେ ଦେଖିବାକୁ ମିଳିଥିବା ବେଳେ ଶହ ଶହ ବର୍ଷ ଧରି ଢେଙ୍କାନାଳ ଯୋରନ୍ଦା ମଠରେ ଏହି ମେଳା ଅନୁଷ୍ଟିତ ହୋଇ ଆସୁଅଛି । 

ଦେଶ ବିଦେଶ କୁ ଅନେକ ସାଧୁସନ୍ଥ ଏହି ମେଳାରେ ଯୋଗ ଦେଇ ଶୂନ୍ୟ ମନ୍ଦିର ଓ ମହିମା ଧର୍ମର ପ୍ରଚାର କରିଥାନ୍ତି । ପ୍ରତିବର୍ଷ ମାଘ ଚତ୍ତୁର୍ଦ୍ଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଆଜି ମାଘ ଚତ୍ତୁର୍ଦ୍ଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଛି ଏବଂ ଆସନ୍ତା ତିନି ଦିନ ଧରି ଚାଲିବ ଏହି ମେଳା ।

ଚଳିତ ବର୍ଷ କିନ୍ତୁ ଶହ ଶହ ବର୍ଷର ଏହି ଯୋରନ୍ଦା ମେଳାକୁ ଫିକା କରିପାରେ କରୋନା କଟକଣା । ସମସ୍ତ କରୋନା କଟକଣା ମଧ୍ୟରେ ମେଳା ଆୟୋଜନ ପାଇଁ ଅନୁମତି ମିଳିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, କଣ୍ଢେଇ ନାଚ, ସିନେମା ଓ ଯାତ୍ରା ଭଳି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । କେବଳ ପରମ୍ପରା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଏଥି ସହିତ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ଉପରେ ମଧ୍ୟ କଟକଣା ରହିଛି ।

ତେବେ ଆଜି ପ୍ରଥମ ଦିନରେ ମୁଖ୍ୟ ଗାଦି ମନ୍ଦିରରେ ୪ଟି ଦ୍ୱାର ସମ୍ମୁଖରେ ୩୦ ଫୁଟ ଉଚ୍ଚର ପିତଳ ଝାଡ଼ବତୀ ଜଳି ଉଠିବ । ଯେଉଁଥିରେ ୧୦୮ଟି ଦୀପ ଦାଣ୍ଡିରେ ଶୁଦ୍ଧ ଗୁଆ ଘିଅର ଘୃତାହୁତି ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ମହିମା ଧର୍ମରେ କୌଣସି ଦେବାଦେବୀଙ୍କୁ ପୂଜା କରାଯାଏ ନାହିଁ । ଯାହା ସତ୍ୟରେ ଆଧାରିତ ସୂର୍ଯ୍ୟ ଅଗ୍ନିଙ୍କୁ ସେମାନେ ପୂଜା କରିଥାନ୍ତି ।

  • Tags:

Subscribe

National International State Sports Entertainment