ଭୁବନେଶ୍ୱର, ଜୁଲାଇ ୧ ( ଖବର ଓଡ଼ିଶା):
ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ମାଉସୀ ମାଙ୍କ ବାଡ଼ିରୁ ତିନି ଠାକୁର ବାହାରି ୩ ରଥରେ ବିଜେ ହେଲେ।
ଆଜି ପବିତ୍ର ବାହୁଡା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ଲୀଳା ଖେଳ ସାରି ଶ୍ରୀଜୀଉ ଶ୍ରୀମନ୍ଦିର ଫେରୁଛନ୍ତି। ଆଜି ସକାଳ ଧୂପ ଶେଷ ହେବା ପରେ ଶ୍ରୀଜିଉମାନଙ୍କୁ ପହଣ୍ଡି କରାଯାଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି । ଏହା ପରେ ଜଗତନାଥ ଶ୍ରୀଜଗନ୍ନାଥ, ତାଙ୍କର ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଗୋଟିପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଛନ୍ତି । ପାଇଁ ସବୁଠି ଭକ୍ତିମୟ ପରିବେଶ ଦେଖାଦେଇଛି । ବଡଦାଣ୍ଡ ଚଳଚଞ୍ଚଳ ହୋଇଉଠିଛି । ଘଣ୍ଟଘଣ୍ଟା, ମୃଦଙ୍ଗ ଓ କାହାଳୀରେ ପ୍ରକମ୍ପିତ ହେଉଛି ଶରଧାବାଲି । କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ଆଜି ସୀମିତ ଭକ୍ତ ଓ ସେବାୟତଙ୍କ ଦ୍ୱାରା ଶ୍ରୀଜିଉମାନଙ୍କର ଧାଡ଼ି ପହଣ୍ଡି ହୋଇଛି । ଆଜି ଦିନ ୧୨ଟାରେ ରଥଟଣା ପାଇଁ ନୀତିନିର୍ଘଣ୍ଟ ହୋଇଛି ।