ଆଜି ରାତି ଗୋଟାଏରେ ହେବ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି, କାଲି ସକାଳେ ମିଳିବ ତିନି ଠାକୁରଙ୍କ ଦର୍ଶନ
Khabar Odisha:Snan-purnima-rituals-time
ଭୁବନେଶ୍ୱର, ଜୁନ ୪ ( ଖବର ଓଡ଼ିଶା):

 ରାତି ପାହିଲେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା। ଆଜି ରାତି ଗୋଟାଏ ରେ ହେବ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି । 

ଆଜି ରାତି ଗୋଟାଏରୁ ଭୋର ୪ଟା ପର୍ଯ୍ୟନ୍ତ ଧାଡି ପହଣ୍ଡିରେ ସ୍ନାନ ବେଦୀକୁ ଆସିବେ ମହାପ୍ରଭୁ । ଗୁପ୍ତ ଭାବରେ ଶ୍ରୀଜୀଉଙ୍କ ସ୍ନାନ ପହଣ୍ଡି ନୀତି ସମ୍ପନ୍ନ କରାଯିବ । କାଲି ସକାଳେ ମିଳିବ ଶ୍ରୀଜଗନ୍ନାଥଙ୍କ ଦର୍ଶନ । କାଲି ସକାଳ ୬ଟାରୁ ମହାପ୍ରଭୁ ସ୍ନାନ ମଣ୍ଡପରେ ଥିବା ବେଳେ ସେଠାରେ ଭକ୍ତଙ୍କ ଭିଡ଼ ରହିବା ନାହିଁ । ଟିଭିରେ ପ୍ରସାରିତ ହେବ ସ୍ନାନ ଯାତ୍ରା । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେବ ସ୍ନାନ ଯାତ୍ରା ।

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡକୁ ୭ଟି ଜୋନରେ ବିଭିକ୍ତ କରାଯାଇଛି । ପ୍ରତି ଜୋନରେ ଲାଗିଛି ସିସିଟିଭି । ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ୧୫୦ ଅଫିସର ଓ ୬ ଜଣ ଅତିରିକ୍ତ ଏସପି ଏଥିରେ ନିୟୋଜିତ ହେବେ । ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବାକୁ ଥିବାରୁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା କଟକଣା ଜାରି ରହିବ ।

  • Tags:

Subscribe

National International State Sports Entertainment