କରୋନା ଭୟ, ଅନଶ୍ଚିତତା ଘେରରେ ଶ୍ରୀଜୀଉଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ଚାଲିଛି ବିଚାର
Khabar Odisha:Rathayatra-in-Corona-time
ଭୁବନେଶ୍ୱର, ଏପ୍ରିଲ ୧୫( ଖବର ଓଡ଼ିଶା):

 ସବୁଆଡେ କରୋନା ଭୟ । କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ । 

ସାରା ବିଶ୍ବରେ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୬୦ ଛୁଇଁଲାଣି ।ପରମ୍ପରା ଉପରେ ମଧ୍ୟ ପଡ଼ିଛି କରୋନା ପ୍ରଭାବ।  କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକଡାଉନ୍ ମେ ୩ ଯାଏଁ ଅବଧି ବୃଦ୍ଧି କରିଛନ୍ତି ।  ପରିସ୍ଥିତି କୁ ଦେଖି ଚଳିତ ବର୍ଷ ସବୁ ପୂଜା ବିଧିକୁ ଜନଗହଳି ରୁ ଦୂରରେ ରଖାଯାଇଛି ।  ଏବେ ସମସ୍ତଙ୍କ ନଜର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି । ଏହି ରଥଯାତ୍ରାକୁ ନେଇ ମଧ୍ୟ ଅନଶ୍ଚିତତା ଦେଖାଦେଇଛି ।

ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ  ପୁରୀରେ ରଥଯାତ୍ରା ହେବା ନେଇ ଚାଲିଛି ବିଚାରବିମର୍ଷ । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରଥଯାତ୍ରା ନେଇ ଆଲୋଚନା ଚାଲିଛି । ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ଅଳ୍ପଦିନ ବାକି ରହିଛି । ଅନ୍ୟପଟେ ରଥାଯାତ୍ର ପାଇଁ ପୁରୀରେ ରଥକାଠ ପହଞ୍ଚିସାରିଛି । ତେବେ ଏହି ସମୟରେ କରୋନା ବିରୋଧରେ ଲଢେଇ ଚାଲିଥିବାରୁ ରଥଯାତ୍ରା ହେବ କି ନାହିଁ ସେ ବିଚାର ଚାଲିଛି ।

  • Tags:

Subscribe

National International State Sports Entertainment