ରଥଯାତ୍ରା ୨୦୨୧: ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ
Khabar Odisha:Rath-Yatra-2021-The-second-phase-of-chariot-wood-reaches-Puri

ପୁରୀ, ଏପ୍ରିଲ ୧୯ (ଖବର ଓଡ଼ିଶା): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଆଉ ଦୁଇ ମାସରୁ କମ୍ ସମୟ ରହିଛି । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରଥ ଖଳାରେ ରଥ ନିର୍ମାଣ ପାଇଁ ପର୍ଯ୍ୟାୟ କ୍ରମେ ପହଞ୍ଚୁଛି ରଥ କାଠ । ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ।

ନୟାଗଡ ବନ ଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୪୯ ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଥିବା ବେଳେ ଆଜି ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୧୩ ଟି ଫାସୀ କାଠ ଆସି ପହଞ୍ଚିଛି । ଚଳିତ ବର୍ଷ ରଥ ଯାତ୍ରା ପାଇଁ ସମୁଦାୟ ୮୬୫ଟି କାଠ ଆବଶ୍ୟକ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୬୨ ଟି କାଠ ପୁରୀରେ ପହଞ୍ଚିଛି ଓ ଆଗାମୀ ଦିନ ମାନଙ୍କରରେ ପର୍ଯ୍ୟାୟ କ୍ରମେ ଆଉ ବାକି କାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିବ ।

ଆସନ୍ତା ରାମ ନବମୀ ଠାରୁ କରତକଳରେ ରଥକାଠ ଚିରା ପ୍ରକ୍ରିୟା ଆରମ୍ଭ ହେବ । ତେବେ ଚଳିତ ବର୍ଷ ଘୋଷଯାତ୍ରା ଜୁଲାଇ ୧୨ ରେ ହୋବକୁ ଯାଉଛି । ପୂର୍ବ ବର୍ଷ କରୋନା କଟକଣା ମଧ୍ୟରେ ବହୁ ବାଦ ବିବାଦ ପରେ ରଥ ଯାତ୍ରା ସମ୍ପନ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ରଥଯାତ୍ରାକୁ ନେଇ ଆଶଙ୍କା ରହିଛି । କରୋନା କଟକଣା ମଧ୍ୟରେ ରଥଯାତ୍ରାକୁ ଏବେବି ଦ୍ୱନ୍ଦରେ ରହିଛନ୍ତି ଭକ୍ତ ।

  • Tags:

Subscribe

National International State Sports Entertainment