୨୦୧୬-୨୦୨୦ : ଘୋଷଣା ହେଲା ବାକି ପଡିଥିବା ୫ ବର୍ଷର ‘ଧର୍ମପଦ’ ପୂରସ୍କାର
Khabar Odisha:Odisha-Lalit-Kala-Academy-declares-Dharmapada-Award

ଭୁବନେଶ୍ୱର : ଦୀର୍ଘ ୫ ବର୍ଷ ଧରି ବାକି ପଡିଥିବା ‘ଧର୍ମପଦ’ ପୁରସ୍କାରର ଆଜି ଘୋଷଣା ହୋଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ୫ଜଣଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ୨୫ ଜଣଙ୍କୁ ସମ୍ବୋର୍ଦ୍ଧିତ କରାଯିବ ।

ଧର୍ମପଦ ପୁରସ୍କାର ପାଇଁ ୨୦୧୬ ବର୍ଷ ପାଇଁ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ବର୍ଷ ପାଇଁ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ବର୍ଷ ପାଇଁ ଜଗଦୀଶ ଚନ୍ଦ୍ର କାନୁନ୍‌ଗୋଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିପରି ୨୦୧୯ ବର୍ଷ ପାଇଁ ପଟ୍ଟଚିତ୍ରଶିଳ୍ପୀ ବିନୋଦ ମହାରଣା, ୨୦୨୦ ମସିହା ପାଇଁ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ପାଇବେ ଧର୍ମପଦ ପୁରସ୍କାର ।

ଚୟନ କରାଯଇଥିବା ବ୍ୟକ୍ତି ମାନଙ୍କୁ ଧର୍ମପଦ ପୁରସ୍କାର ସହିତ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏଥିସହିତ ସମ୍ବୋର୍ଦ୍ଧିତ ହେବାକୁ ଥିବା ୨୫ ଜଣଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।

  • Tags:

Subscribe

National International State Sports Entertainment