ପୁରୀ, ଜୁଲାଇ ୯ (ଖବର ଓଡ଼ିଶା): ଆଉ ଦୁଇ ଦିନ ପରେ ରଥାରୁଢ ହେବେ ମହାପ୍ରଭୁ । ଏହା ପୂର୍ବରୁ ଆଜି ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଭକ୍ତ ମାନଙ୍କୁ କିନ୍ତୁ ଏବର୍ଷ ବି ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ କୁ ଦର୍ଷନ କରିପାରିବେ ନାହିଁ ସାଧାରଣ ଭକ୍ତ ।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଆଜି ବି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସମସ୍ତ ନୀତିକାନ୍ତି କେବଳ ପରମ୍ପରା ବଜାୟ ରଖିବା ପାଇଁ କଟକଣା ମଧ୍ୟରେ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
ପୂର୍ବରୁ ସ୍ନାନ ଯାତ୍ରା ମଧ୍ୟ ଭକ୍ତ ଶୂନ୍ୟ ଭାବରେ ହୋଇଥିଲା ଆଉ ଏବେ ନବଯୌବନ ବେଶ ଏବଂ ଏହାପରେ ବିନା ଭକ୍ତରେ ରଥଯାତ୍ରା ବି ଅନୁଷ୍ଠିତ ହେବ ।
ତେବେ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ନବଯୌବନ ବେଶ କରାଯିବ । ପ୍ରତିବର୍ଷ ଏହି ଦିନରେ ବଡ଼ ଦେଉଳରେ ହଜାର ହଜାର ଭକ୍ତଙ୍କ ଭିଡ ଯମିଥାଏ ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ କଟକଣା ଲଗାଯାଇଛି । ବାହାର ଭକ୍ତଙ୍କ ପ୍ରବେଶ କୁ ବାରଣ କରାଯାଇଛି ।