ପଞ୍ଚୁକରେ ବିଭ୍ରାଟ : ଶ୍ରୀମନ୍ଦିରରେ ହେଲା ବଡ ମହାସ୍ନାନ
Khabar Odisha:Maha-snahna-in-puri-srimandir

ପୁରୀ : ପଞ୍ଚୁକ ଆରମ୍ଭରେ ହିଁ ଶ୍ରୀମନ୍ଦିରରେ ଦେଖା ଦେଇଛି ବଡ ଧରଣର ବିଭ୍ରାଟ । ପଞ୍ଚୁକ ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ବୁଧବାର ପଞ୍ଚକର ପ୍ରଥମ ଦିନରେ ଜଣେ ପାଣିଆ ଆପଟ ମହାପ୍ରଭୁଙ୍କୁ ଛୁଇଁ ଦେବା ଫଳରେ ଶ୍ରୀମନ୍ଦିରରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ବଡ ମହାସ୍ନାନ କରାଯାଇଛି ।

ମହାପ୍ରଭୁ ଛୁଆଁ ହେବା ଦ୍ୱାରା ସବୁ ନୀତିକାନ୍ତି ବିଳମ୍ବ ହେବା ସହିତ ମହାପ୍ରସାଦ ବାହାରିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଶ୍ରୀମନ୍ଦିର ରୀତି ନୀତି ଅନୁଯାଇ ପୂଜା ପଣ୍ଡା ସେବକଙ୍କ ବ୍ୟତିତ ଅନ୍ୟ କୌଣସି ସେବକ ମହାପ୍ରଭୁଙ୍କୁ ଛୁଇଁ ପାରିବେ ନାହିଁ ।

କାଲି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ପରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହେବା ପୂର୍ବରୁ ପାଣିଆ ଆପଟ ସେବକ ପଶରି ପକାଇ ପରିସ୍କାର କରିବା ପରେ ଭୋଗ ଲାଗି କରାଯାଇଥାଏ । କିନ୍ତୁ ସେହି ସମୟରେ ଭୁଲ ବଶତଃ ଜଣେ ପାଣିଆ ଆପଟ ସେବକ ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ରୀତି ନୀତି ଅନୁଯାଇ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଦାମୂରତିଙ୍କ ଠାରେ ଲାଗି ହୋଇଥିବା ସମସ୍ତି ବସ୍ତ୍ର, ଅଳଙ୍କାର ମଧ୍ୟ ମାରା ହୋଇଥିଲା । 

ଯାହାଫଳରେ ଶ୍ରୀମନ୍ଦିର ଏକ ଜରୁରୀ ବୈଠକ ଡକାଇ ମହାପ୍ରଭୁଙ୍କ ମହାସ୍ନାନ କରାଯିବା ପାଇଁ ସ୍ଥିର ହୋଇଥିଲା । ପରେ କାଲି ପଞ୍ଚକର ପ୍ରଥମ ବେଶ ଲକ୍ଷ୍ମୀନାରାୟଣ ବେଶକୁ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟ ଓଗାଳ କରି ଦିଆଯାଇଥିଲା ।

ତେବେ ପଞ୍ଚୁକର ପ୍ରଥମ ଦିନରେ ଏଭଳି ବିଭ୍ରାଟ ଯୋଗୁଁ ଭକ୍ତମାନେ ମଧ୍ୟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ ।

  • Tags:

Subscribe

National International State Sports Entertainment