ଆଜି ବିନା ଭକ୍ତରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, କମିଶରେନଟ୍ ପୋଲିସ୍ ପକ୍ଷରୁ ୧୪୪ ଧାରା ଜାରି
Khabar Odisha:Lord-Lingarajs-Rukuna-Rath-Yatra-Today

ଭୁବନେଶ୍ୱର, ଏପ୍ରିଲ ୨୦ (ଖବର ଓଡ଼ିଶା): ରାଜ୍ୟରେ କରୋନା ର କହର ଜାରି ଥିବା ବେଳେ ପୂର୍ବ ବର୍ଷ ଭଳି ଏବର୍ଷ ବି ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୋଲିସ୍ ଓ ସେବାୟତ ମାନଙ୍କ ଦ୍ୱାରା ରଥଟଣା ଯିବ ।

କରୋନା କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ପୂର୍ବ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ସମାନ ଢଙ୍ଗରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବି ରଥଯାତ୍ରା ସମୟରେ ଯେପରି ଶ୍ରଦ୍ଧାଳୁଙ୍କ ଭିଡ ନହେବ ସେଥିପ୍ରତି ଦୃଢ କଟକଣା କରାଯାଇଛି । ଲିଙ୍ଗରାଜ ମନ୍ଦିର ଠାରୁ ମାଉସିମା ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ୍ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

ରୁକୁଣା ରଥ ପାଇଁ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ରଥ ଟଣା କାର୍ଯ୍ୟରେ କେବଳ ପୋଲିସ୍ ଫୋର୍ସ ଓ ସେମାୟତ ହିଁ ମୁତୟନ ହେବ ବୋଲି ପୂର୍ବରୁ ନିଷ୍ପତି ନିଆଯାଇଛି ।

  • Tags:

Subscribe

National International State Sports Entertainment