ଭୁବନେଶ୍ୱର, ଜୁନ ୨୫ ( ଖବର ଓଡ଼ିଶା):
ଶ୍ରୀମନ୍ଦିର ସେବାୟତଙ୍କର ୨ ଥର ହେବ କୋଭିଡ ଟେଷ୍ଟ । ଘୋଷଯାତ୍ରା ପାଇଁ ନିୟୋଜିତ ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି।
ଏହି ସମସ୍ତଙ୍କ ଟେଷ୍ଟ ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ହେବା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆସିବ ସେମାନେ ବାହୁଡ଼ା ଯାତ୍ରାରେ ସାମିଲ ହେବେ। ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ।
ସମସ୍ତ ସେବାୟତଙ୍କ ପରିବାରକୁ ସଚେତନ କରାଯିବ। ଏଥିପାଇଁ ଏକ ଟିମ୍ ଗଠନ କରାଯିବ ।
ଗତ ୨୨ ତାରିଖ ୧,୧୪୩ଜଣ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ଜଣଙ୍କୁ ଛାଡ଼ି ବାକି ୧,୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ରଥଯାତ୍ରା ପୂର୍ବରୁ ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।