ଆଜିଠୁ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା, ଜାରି ହେଲା ୨୧ ଦିନିଆ ୧୪୪ ଧାରା
Khabar Odisha:Chandan-Yatra-Starts-From-Today-in-Puri

ପୁରୀ, ମେ ୧୫ (ଖବର ଓଡ଼ିଶା): ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଆଜି ଠୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜୀଉ । ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସମସ୍ତ ପ୍ରକାର ଭିଡ ଏଡାଇବା ପାଇଁ ସିଂହଦ୍ୱାରା ଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ୨୧ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୂ ସୂଚନା ଦିଆଯାଇଛି । 

ଅନ୍ୟପଟେ ଚନ୍ଦନ ଯାତ୍ରାରେ ସାମିଲ ହୋଇଥିବା ସେବାୟତ ମାନଙ୍କର ପୂର୍ବରୁ କରୋନା ଟେଷ୍ଟ କରାଯାଇଛି । କୋଭିଡ୍ ନେଗେଟିଭ୍ ଥିବା ସେବାୟତ ମାନଙ୍କ ଦ୍ୱାରା ହିଁ କେବଳ ନୀତିକାନ୍ତି ବଜାୟ ରଖିବା ପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି । ପୂର୍ବ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା ମାତ୍ର ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ଚନ୍ଦନ ଯାତ୍ରାକୁ ଅନୁମତି ମିଳିଛି କିନ୍ତୁ ସମସ୍ତ କୋଭିଡ୍ ନିୟମର କଡା କଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ରହିଛି ।

ଶ୍ରୀଜୀଉ ଙ୍କ ଏହି ୨୧ ଦିନିଆ ଚନ୍ଦନ ଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ର ସମୟ ଚୂଡାନ୍ତ ହୋଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାଇ ସମସ୍ତ ନୀତି ସମ୍ପାଦନ କରାଯିବ । ତେବେ ଆଜି ଅପରାହ୍ନ ସମୟରେ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

  • Tags:

Subscribe

National International State Sports Entertainment