ଭୁବନେଶ୍ୱର, ଜୁନ 26( ଖବର ଓଡ଼ିଶା):
ଆଜି ଶ୍ରୀଜୀଉଙ୍କ ବନକଲାଗି । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୂ ଜଗନ୍ନାଥ ଏବେ ଜନ୍ମବେଦୀ ବା ଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି । ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକଲାଗି ହେବ ।
ମାଉସୀମା ବାଡ଼ିରେ ଆଜି ତିନିଠାକୁରଙ୍କ ବନକଲାଗି କରାଯିବ । ଘୋଷଯାତ୍ରାରେ ଯାଇ ତିନି ଦିଅଁ ଏବେ ଜନ୍ମବେଦୀରେ । କରୋନା କଟକଣା ପାଇଁ ଭକ୍ତଙ୍କୁ ଦର୍ଶନ ଦେଉନାହାଁନ୍ତି ଶ୍ରୀଜୀଉ । ଚଳିତ ଥର ବିନା ଭକ୍ତରେ ହୋଇଛି ରଥଯାତ୍ରା ।
ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକଲାଗି ହେବ । ପହୁଡ଼ ଆଳତି ପରେ ଦୁଆର ପଡ଼ିବ । ତା ପରେ ୯,୧୦ଜଣ ଦତ୍ତମହାପାତ୍ର ସେବକ ମିଶି କସ୍ତୁରୀ ,ହେଙ୍ଗୁଳ ,କେଶର ଓ ହରତାଳର ମିଶ୍ରଣରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ । ଆଜି ବନକଲାଗି ନୀତି ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ ।