ପୁରୀ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ପାଳି, ଆସିବ ସ୍ୱତନ୍ତ୍ର ଆଇନ ହଟିବ ଜବରଦଖଲ
Khabar Odisha:Art-and-culture-state-Special-rule-for--lingaraj-Temple
ଭୁବନେଶ୍ୱର, ଡିସେମ୍ବର ୦୬ (ଖବର ଓଡ଼ିଶା):

ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ୱତନ୍ତ୍ର ଆଇନ । ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ହଟିବ ଜବରଦଖଲ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଲ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏଥିରେ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ତେଣୁ ଲିଙ୍ଗରାଜ ମନ୍ଦିର ପରିସର ପାଇଁ ସମ୍ପୂର୍ଣ୍ଣ ମଧ୍ୟ ଡିଜାଇନ ପ୍ରସ୍ତୁତ ହେଉଛି । ଏନେଇ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି ।  ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନ ନେଇ ପ୍ୟାକେଜ ଘୋଷଣା କରିବେ । ଏହି ପ୍ୟାକେଜରେ ସେବାୟତଙ୍କ ସ୍ୱାର୍ଥ ସହ ରୀତିନୀତି ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment