ବଢୁଛି ସଂକ୍ରମଣ: ପୁରୀ, ଗଞ୍ଜାମ ପରେ ଭଦ୍ରକ୍ ରେ ବନ୍ଦ ହେଲା ସବୁ ଧର୍ମାନୁଷ୍ଠାନ
Khabar Odisha:All-Temple-And-Mosque-Closed-in-Bhadrak

ଭଦ୍ରକ୍‌, ମେ ୧ (ଖବର ଓଡ଼ିଶା): ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପର ମୁହାଁ ରହିଛି ଓ କରୋନା ର ଏହି ଗ୍ରାଫ୍ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ କଟକଣା ଲଗାଯାଉଛି । ପୁରୀରେ କିଛି ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ରୀମନ୍ଦିର ସମେତ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଗୁଡିକୁ ଭକ୍ତ ମାନଙ୍କ ପାଇଁ ବନ୍ଦ କରିଦିଆଯାଇଛି । ଏହାପରେ ଗଞ୍ଜାମରେ ବି ସମାନ କଟକଣା ଜାରି ହୋଇଥିଲା ଆଉ ଏବେ ଭଦ୍ରକ୍ ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ୍ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ।

ଭଦ୍ରକଜ ଜିଲ୍ଲାରେ ଏବେ କରୋନା ଅଣାୟତ ହେବା ଦେଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନା ମହାମାରୀ ଆୟତ ନହେବା ଯାଏଁ ଏହି କଟକଣା ଜାରି ରହିବ ବୋଲି ଜଣାପଡିଛି।

ଧର୍ମାନୁଷ୍ଠାନ ପରିସରରେ ସମସ୍ତ ପ୍ରମାର କାର୍ଯ୍ୟକ୍ରମକୁ ବି ବାରଣ କରାଯାଇଛି କେବଳ ରୀତିନୀତି ବଜାୟ ରଖିବା ପାଇଁ ମନ୍ଦିରରେ କିଛି ସେବାୟତ ପୂର୍ଜର୍ଚ୍ଚନା କରିପାରିବେ । ଭଦ୍ରକ୍ ଜିଲ୍ଲାର ମନ୍ଦିର ମାନଙ୍କରେ କେବଳ ଜଣେ ପୂଜକ ଓ ମସଜିଦ୍ ମାନଙ୍କରେ ୩ ଜଣ ମୌଲବି ମାନଙ୍କୁ ପୂଜା କରିବାର ଅନୁମତି ରହିଛି ।

  • Tags:

Subscribe

National International State Sports Entertainment