Home >
ବନ୍ଦ ହେବ ଟିକଟକ ! ବ୍ୟାନ ପାଇଁ ମୋଦୀ ସରକାରଙ୍କୁ କହିବ ତାମିଲନାଡୁ ସରକାର
Khabar Odisha:national-odisha-Tamil-Nadu-may-ask-Modi-government-to-ban-TikTok-app
ଚେନ୍ନାଇ,ଫେବ୍ରୁଆରୀ୧୨(ଖବର ଓଡିଶା)

ତାମିଲନାଡୁ ସୂଚନା ଓ  ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଏମ. ମଣିକାନଦାନ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟ ସରକାର ଟିକଟକ ଆପକୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିବ । ସୋଲିଆଲ ମିଡିଆର ପ୍ଲାଟଫର୍ମର ବେଶ ପପୁଲାର ଆପ ଟିକଟକ । ରାଜ୍ୟ ବିଧାନସଭାରେ ମନ୍ତ୍ରୀ ଏମ ଥମିମୁନ ଅନସାରୀଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । 

ଗୋଟିଏ ପ୍ରଶ୍ନରେ ଅନସାରୀ ପଚାରିଥିଲେ ଯେ ଟିକଟକ ମୋବାଇଲ ଆପ ରାଜ୍ୟର ସଂସ୍କୃତି ପାଇଁ ବିନାଶକାରୀ । ରାଜ୍ୟର ଯୁବ ଏବଂ ମହିଳାମାନେ ଅଶ୍ଲୀଳ ଭିଡିଓ ଆପରେ ପୋଷ୍ଟ କରୁଛନ୍ତି ଏବଂ ଏହା ସାରା ବିଶ୍ୱରେ ପହଞ୍ଚୁଛି । ବିଭିନ୍ନ ରାଜନୈତିକ ନେତାମାନେ ମଧ୍ୟ ଏହି ଆପକୁ ବ୍ୟାନ କରିବାକୁ ଦାବି କରିଛନ୍ତି । ରାଜ୍ୟର ଯୁବ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର  ଏହି ଆପକୁ ବ୍ୟାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି  ସେ କହିଥିଲେ । 

ଅନସାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ମଣିକାଦନ କହିଛନ୍ତି ଯେ ରାଜ୍ୟ ସରକାର ଏହି ଆପକୁ ବ୍ୟାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏହା ପୂର୍ବରୁ ଆମେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ବ୍ଲୁ ହିଲ ଆପକୁ ବ୍ୟାନ କରିଥିଲୁ ।

ସେହିପରି ରାଜ୍ୟ ସରକାର ଏହି ଆପକୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ଆଶସ୍ତି ଦେଇଛନ୍ତି ।

ଟିକଟକ ହେଉଛି ଗୋଟିଏ ସୋଲିଆଲ ମିଡିଆ ଆପ ଯେଉଁଥିରେ ୟୁଜର୍ସମାନେ 15 ସେକେଣ୍ଡର ନିଜର ଭିଡିଓ ପୋଷ୍ଟ କରିଥାନ୍ତି । 

Subscribe

National International State Sports Entertainment