Home >
ବାଂଲାଦେଶରେ ଭାରତ ନିର୍ମାଣ କରିବ ସଡ଼କ ଓ ଜାପାନ କରିବ ପୋଲ, ଚୀନକୁ ମିଳିବ୍ ଉଚିତ୍ ଜବାବ
Khabar Odisha:indo-japan-collaboration-will-increase-connectivity-diplomacy-in-bangladesh
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

ଶ୍ରୀଲଙ୍କା, ନେପାଳ, ମାଳଦ୍ଵୀପ ଓ ମିଆନମାରରେ ବଡ଼ ବଡ଼ ପ୍ରକଳ୍ପ କରି ଉକ୍ତ ଦେଶଗୁଡିକୁ ନିଜ କବଜାରେ ରଖୁଥିବା ଚୀନର ଏହି ରଣନୀତିକୁ ନେଇ ସତର୍କ ହୋଇଛି ଭାରତ ଓ ଜାପାନ। ଏଥିପାଇଁ ଭାରତ ଏବେ ବାଂଲାଦେଶରେ ଚୀନ ପାଇଁ ସ୍ଥାନ ଛାଡିବାକୁ ପ୍ରସ୍ତୁତ ନୁହଁ। ଗତ ମାସରେ ବାଂଲାଦେଶରେ ତିନୋଟି ବଡ଼ ପ୍ରକଳ୍ପ କରିବାକୁ ଘୋଷଣା କରିବା ପରେ ଭାରତ ଏବେ ସେଠାରେ କିଛି ମହତ୍ଵପୂର୍ଣ୍ଣ ଯୋଗାଯୋଗ ପ୍ରକଳ୍ପ ଆରମ୍ଭ କରିବାର ଯୋଜନାକୁ ଅନ୍ତିମ ରୂପ ଦେଉଛି। ଏଥିରେ ଚଟଗାଓଁ ଓ ମଙ୍ଗଲାରେ ଦୁଇଟି ମହତ୍ଵପୂର୍ଣ୍ଣ ବନ୍ଦର ନିର୍ମାଣ, ଏହି ଦୁଇ ବନ୍ଦରକୁ  ସଂଯୋଗ କରୁଥିବା ସଡକ ପ୍ରକଳ୍ପ ଓ ଏକ ଉର୍ଜା ପ୍ରକଳ୍ପ ସାମିଲ। ସବୁଠୁ ଉଲ୍ଲେଖନୀୟ କଥା  ଏହି ପ୍ରକଳ୍ପ ନିର୍ମାଣରେ ଭାରତକୁ ସାହାଯ୍ୟ କରିବ ଜାପାନ।

ବାଂଲାଦେଶରେ ଚୀନର ପ୍ରଭାବକୁ କମ କରିବା ପାଇଁ ରଣନୀତି

ବିଦେଶ ମନ୍ତ୍ରଣାଳୟର ସୂତ୍ର ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ ଜାପାନ ଗସ୍ତ ସମୟରେ ବାଂଲାଦେଶରେ ବିକାଶ ପ୍ରକଳ୍ପ ଆରମ୍ଭ କରିବା ନେଇ ସମକକ୍ଷ ସିଞ୍ଜୋ ଆବେଙ୍କ ସହିତ ଆଲୋଚନା କରିଥିଲେ। ଏହି କ୍ରମରେ ଦୁଇ ଦେଶ  ମଧ୍ୟରେ ସମ୍ମିତ ପ୍ରକାଶ ପାଇଛି ଯେ ଉଭୟ ଦେଶ ମିଶି ସେଠାରେ ଏକ ରାଷ୍ଟ୍ରୀୟସ୍ତରରେ ସଡ଼କ ପ୍ରକଳ୍ପ ନିର୍ମାଣ କରିବେ। ଏଥିରେ ସଡ଼କର ନିର୍ମାଣ ଭାରତ କରିବ ଏବଂ ସଡ଼କରେ ଜଡ଼ିତ ପୋଲର କାମ ଜାପାନ କରିବ।

ବାଂଲାଦେଶରେ ବହୁତ ନଦୀ ରହିଛି। ଏଥିପାଇଁ ସେଠାକାର ସଡ଼କ ପ୍ରକଳ୍ପର ବଜେଟରେ ପୋଲ ନିର୍ମାଣ ବହୁତ ମହତ୍ଵପୂର୍ଣ୍ଣ ରହିଥାଏ। ଭାରତ ଓ ଜାପାନ ମିଶି ଦକ୍ଷିଣ ଏସିଆର ଅନ୍ୟ ଦେଶ ଓ ଆଫ୍ରିକା ଦେଶରେ ମଧ୍ୟ ଯୋଗାଯୋଗ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି  ପରି ଦୁଇ ଦେଶ ଚୀନକୁ ଜବାବ ଦେବାକୁ ଚାହୁଁଛନ୍ତି। 

Subscribe

National International State Sports Entertainment