Home >
ଦିଲ୍ଲୀରେ ହେବ ‘ରାଷ୍ଟ୍ର ରକ୍ଷା ମହାଯଜ୍ଞ’, ଜାମ୍ମୁ ଓ କାଶ୍ମୀର ଏବଂ ଡୋକଲାମରୁ ଆସିବ ଜଳ-ମାଟି
Khabar Odisha:delhi-will-have-national-defense-mahayagya

ନୂଆଦିଲ୍ଲୀ,ଫେବୃଆରୀ୧୪(ଖବର ଓଡ଼ିଶା): ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦେଶର ମାହୋଲକୁ ନିଜ ସପକ୍ଷକୁ ଟାଣିବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏଥିପାଇଁ ବିଜେପି ଲାଲକିଲା ନିକଟରେ ମହାଯଜ୍ଞ କରିବାକୁ ଯାଉଛି, ମାତ୍ର ଏହା ପୂର୍ବରୁ  ‘ଜଳ-ମାଟି ରଥ ଯାତ୍ରା’ ବାହାର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ‘ଜଳ-ମାଟି ରଥ ଯାତ୍ରା’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଆମେ ଅନ୍ୟ ଦେଶର ଲୋକଙ୍କ ହୃଦୟରେ ଘୃଣା ସୃଷ୍ଟି କରି ବଳବାନ ହେବାକୁ ଚାହୁଁନାହୁଁ ବରଂ ଆମେ ବିଶ୍ଵର ଗୁରୁ ହେବାକୁ ଚାହୁଁଛୁ।  ରାଜନାଥ  କହିଛନ୍ତି  ଏହି ରଥ ଯାତ୍ରା  ଜରିଆରେ ଦେଶର ସୀମାର ମାଟି ଏବଂ ଚାରି ଧାମର ଜଳ ଅଣାଯିବ। ଆମେ ଦେଶର  ଏକତା ଏବଂ ଅଖଣ୍ଡତା ପାଇଁ ଏସବୁ କରୁଛୁ।  ଏହି ମହାଯଜ୍ଞ ପାଇଁ ୧୦୮ ଯଜ୍ଞ କୁଣ୍ଡ ନିର୍ମାଣ କରାଯିବ। 

ବିଜେପିର ଏହି ‘ଜଳ-ମାଟି ରଥ ଯାତ୍ରା’ ଦେଶର କୋଣ ଅନୁକୋଣକୁ ଯାତ୍ରା କରି ମାଟି ଏବଂ ଜଳ ସଂଗ୍ରହ କରିବ ଏବଂ ଏଥିରେ ହିଁ ଯଜ୍ଞ କୁଣ୍ଡ ପ୍ରସ୍ତୁତ ହେବ। ଏହି ଯଜ୍ଞ କୁଣ୍ଡ ପାଇଁ ଜାମ୍ମୁ ଓ କାଶ୍ମୀର ସୀମା ଏବଂ ଡୋକଲାମରୁ ମାଟି ଏବଂ  ଜଳ ଅଣାଯିବ। ଦେଶର ପ୍ରତ୍ୟେକ କୋଣରୁ ମାଟି-ଜଳ ସଂଗ୍ରହ ହେବା ପରେ ଦିଲ୍ଲୀର ଲାଲକିଲାରେ ବିଜେପି ରାଷ୍ଟ୍ରୀୟ ମହାଯଜ୍ଞର ଆୟୋଜନ କରିବ। ରାଷ୍ଟ୍ରୀୟ ମହାଯଜ୍ଞ ଦେଶର ରକ୍ଷା ପାଇଁ ସୀମାରେ ମୁତୟନ ଯବାନଙ୍କ ତ୍ୟାଗ ଏବଂ ବଳିଦାନ ପାଇଁ ସମର୍ପିତ ହେବ।   ମାର୍ଚ୍ଚ ୧୮ ରୁ ୨୫ ପର୍ୟ୍ୟନ୍ତ ହେବାକୁ ଥିବା ଏହି ମହାଯଜ୍ଞରେ  ଭଗବତୀ ବଗଲାମୁଖୀଙ୍କ ଆହ୍ଵାନ କରାଯିବ। ଉଲ୍ଲେଖଯୋଗ୍ୟ ବଗଲାମୁଖୀ ରାଜ ଶକ୍ତି ପ୍ରଦାନକାରୀ ଏବଂ ଶତ୍ରୁ ବିନାଶକାରୀ ଅଟନ୍ତି। 

୧୧୧୧ ବ୍ରାହ୍ମଣ ୨.୨୫ କୋଟି ମନ୍ତ୍ରର ଉଚ୍ଚାରଣ କରିବେ

ଏହି ୧୦୮ ମହାକୁଣ୍ଡରେ ୧୧୧୧ ବ୍ରାହ୍ମଣ ୨.୨୫ କୋଟି ମନ୍ତ୍ରର ଉଚ୍ଚାରଣ କରିବେ। ଏଠାରେ କହି ରଖୁଛୁ ଯେ ବହୁତ ବର୍ଷ ପରେ ଏହି ପରି ବଡ଼ସ୍ତରରେ ମା ବଗଲାମୁଖୀଙ୍କ ଯଜ୍ଞ ଆୟୋଜନ କରାଯାଉଛି। 

ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ଏହି ଯଜ୍ଞରେ ସାରାଦେଶର ସାଧୁ-ସନ୍ଥ ଯୋଗ ଦେବେ। ଏହା ସହିତ ସାଧାରଣ ଲୋକଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଅନ୍ୟ ନେତାଙ୍କୁ ଆମନ୍ତ୍ରିତ କରାଯିବ। 

  • Tags:

Subscribe

National International State Sports Entertainment