Home >
କିଛି କାରଣରୁ ଭାରତୀୟଙ୍କୁ ଆମେରିକାରେ ଗ୍ରୀନ କାର୍ଡ଼ ମିଳିବା ପାଇଁ ଲାଗୁଛି ୧୦ ବର୍ଷ ସମୟ
Khabar Odisha:business-Odisha-indian-workers-getting-green-card-late-in-america
ଆମେରିକା,ଜାନୁଆରୀ ୧୨(ଖବର ଓଡ଼ିଶା):

 ଆମେରିକା କଂଗ୍ରେସନାଲ ସର୍ଭିସରୁ ନିକଟରେ ଆସିଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି ଯଦି ଗ୍ରୀନ କାର୍ଡ ପାଇଁ  ଦେଶରେ କୋଟା ହଟାଇ ଦିଅାଯାଏ  ତେବେ ଭାରତ ଓ ଚୀନ ଦେଶଗୁଡିକୁ ଏହି  ଦୌଡ଼ରୁ ବାଦ୍ ପଡ଼ି ପାରନ୍ତି। ଗ୍ରୀନକାର୍ଡ ଲୋକଙ୍କୁ ଅାମେରିକାରେ ସ୍ଥାୟୀ ରୂପେ ବସବାସ କରିବା ଏବଂ କାମ କରିବାର ଅନୁମତି ଦେଇଥାଏ। ମାତ୍ର ଏହି କୋଟା କାରଣରୁ ଗ୍ରୀନକାର୍ଡ ପାଇଁ ସବୁଠୁ ଅଧିକ ଚୀନର କର୍ମୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ସେମାନଙ୍କୁ 11 ବର୍ଷ 7 ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଭାରତୀୟ କର୍ମୀଙ୍କୁ 9 ବର୍ଷ 10 ମାସ ଅପେକ୍ଷା କରିବାକୁ ପଡ଼ିପାରେ।

ସାଲଭାଡ଼ୋର ,ଗ୍ୱାଟେମାଲା ଭଳି ଦେଶର ଲୋକଙ୍କୁ କମ ସମୟ ଅର୍ଥାତ ଦୁଇ ବର୍ଷ ୧୦ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଭିଏଟନାମ ଲୋକଙ୍କୁ ଦୁଇ ବର୍ଷ ଆଠ ମାସ , ମେକ୍ସିକୋ ଲୋକଙ୍କୁ ଦୁଇ ବର୍ଷ ଓ ଅନ୍ୟ ଲୋକଙ୍କୁ ଏକ ବର୍ଷ ଛଅ ମାସ ଅପେକ୍ଷା କରିବାକୁ ପଡ଼େ । ଚାକିରୀ ଓ ପରିବାରକୁ ନେଇ ଗ୍ରୀନ କାର୍ଡ଼ ପାଇଁ କୋଟାର ସାତ ପ୍ରତିଶତ ଗୋଟିଏ ଦେଶର ଆବେଦନକାରୀଙ୍କୁ ମିଳିଯାଏ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।

କେବଳ ୧୦ ହଜାର ଭିଜା ହିଁ ପ୍ରତି ବର୍ଷ ଅନ୍ୟ ଓ ଅକୁଶଳ ଶ୍ରମିକଙ୍କ ମିଳୁଛି, ଯାହା କିଛି ବର୍ଗର ଲୋକଙ୍କ ମିଳିଥାଏ। ୨୦୧୮ ମସିହା ଏପ୍ରିଲ ଅନୁସାରେ ୩୦୬,୬୦୧ ସମସ୍ତ ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଆଇଟି କର୍ମଚାରୀ ଥିଲେ ଯେଉଁମାନେ ଗ୍ରୀନ କାର୍ଡ଼ ପାଇବା ପାଇଁ ଲାଇନରେ ଥିଲେ । କେବଳ ଗୋଟିଏ ପର୍ଯ୍ୟାୟରେ ଥିବା ବିଦେଶୀଙ୍କ ସଂଖ୍ୟା ୩୨୯,୦୨୫ ଥିଲା। ଏହା ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୭୮ ପ୍ରତିଶତ ରହିଛି । ଏହା ରୋଜଗାର ଆଧାରରେ ଆବେଦନ କରିଥିବା ଲୋକଙ୍କ ସଂଖ୍ୟା ଅଟେ । ବର୍ତ୍ତମାନ କିଛି ନେତା ଏହି କୋଟା ମଧ୍ୟରୁ କିଛି ଲୋକଙ୍କୁ କମ କରିବୋର ଯୋଜନା କରୁଛନ୍ତି । ଗ୍ରୀନ କାର୍ଡ଼ ଆବେଦନ କରିଥିବା ଭାରତୀୟଙ୍କ ମଧ୍ୟରେ କିଛି କୃଷଳ ଶ୍ରମିକ , ପେଶାଦାର ଓ ଅନ୍ୟ ଶ୍ରମିକ ରହୁଥିବା ବେଳେ ଚୀନର କେବଳ ଅନ୍ୟ ଶ୍ରମିକ ଆବେଦନ କରନ୍ତି ।

Subscribe

National International State Sports Entertainment