Home >
ନାସା ବୈଜ୍ଞାନିକଙ୍କ ଦାବୀ, ପୃଥିବୀ ପୃଷ୍ଠକୁ ଆସି ସାରିଛନ୍ତି ଏଲିଅନ
Khabar Odisha:NASA-Scientists-Said-Earth-May-Have-Already-Been-Visited-By-Aliens-But-We-Might-Missed-Them
ନୂଆଦିଲ୍ଲୀ, ଡିସେମ୍ବର ୭, (ଖବର ଓଡଶା)

 ନାସାର ଏକ ବୈଜ୍ଞାନିକ ଦାବୀ କରିଛନ୍ତି କି, ଏଲିଏନ ଆମ ପୃଥିବୀ ପୃଷ୍ଠରେ ଆସି ସାରିଛନ୍ତି କିନ୍ତୁ ମଣିଷ ତାଙ୍କୁ ଦେଖି ପାରିବେ ନାହିଁ  । ନାସାର କମ୍ପ୍ୟୁଟର ବୈଜ୍ଞାନିକ ଓ ପ୍ରଫେସର ସିଲଭାନୋ ପି କୋଲୁମ୍ବାନୋ ନିଜ ରିର୍ସଚ୍ଚ ପେପରରେ ଦାବୀ କରିଛନ୍ତି କି, ଏଲିଏନ ମନୁଷ୍ୟଙ୍କ ଅପେକ୍ଷା ବହୁତ ଅଲଗା ଦେଖାଯାଆନ୍ତି  । ସେମାନଙ୍କ ସରଂଚନା କାର୍ବନ ବେସ ଜୀବଙ୍କ ଠାରୁ ହୋଇଛି । ସେହି କାରଣରୁ ସେ ବର୍ତମାନ ପର୍ଯ୍ୟନ୍ତ ଅଦୃଶ୍ୟ ଅଛନ୍ତି । 

କୋଲୁମ୍ବାନୋ ନିଜ ପେପରରେ ଲେଖିଛନ୍ତି କି, ମୁଁ ଏହି କଥା କହିବାକୁ ଚାହୁଁଛି କି, ଏହା ଜରୁରୀ ନୁହେଁ କି, ଆମେ ଯାହାକୁ ଖୋଜୁଛେ କିମ୍ବା ଆମକୁ ଯିଏ ଖୋଜୁଛି ସେ ଆମ ଭଳି କାର୍ବନ ବେସରେ ଜୀବ ଉପରେ ଆଧାରିତ ହୋଇଥିବ । କୋଲୁମ୍ବାନୋଙ୍କ କହିବା ଅନୁସାରେ ବୈଜ୍ଞାନିକ ଆମର ସବୁଠାରୁ ପ୍ରତିଷ୍ଠିତ ରିର୍ସଚ୍ଚ ଉପରେ ପୁଣି ଥରେ ଚିନ୍ତା କରିବା ଦରକାର । ଏହା ସହିତ ସମ୍ପୂର୍ଣ୍ଣ ସମ୍ବାବନା ରହିଛି କି, ଏଲିଅନ ଆମ ପୃଥିବୀ ପୃଷ୍ଠକୁ ଆସି ସାରିଛନ୍ତି । 

କୋଲୁମ୍ବାନୋ କହିବା ଅନୁଯାୟୀ , ଏଲିଅନ ସୁପର ଇଂଟାଲିଜେଂଟ ଅଟନ୍ତି ଓ ହୋଇପାରନ୍ତି କି, ଆକାରରେ ମଧ୍ୟ ଅତି ସୁଷ୍ମ ହୋଇଥିବେ । ସେ କହିଛନ୍ତି  କି, ବୈଜ୍ଞାନିକମାନଙ୍କୁ ନୂତନ ଟେକନିକରେ କାମ କରିବା ଦରକାର । ଆମ ପାଖରେ ଯେଉଁ ବୈଜ୍ଞାନିକ ସାମଗ୍ରୀ ଅଛି ତାହା ୧୦.୦୦୦ ବର୍ଷ ପୁରୁଣା ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆମେ ନୂଆ ଭାବରେ ଚିନ୍ତା କରିବା ତେବେ ଆମକୁ ନୂଆ ଉପାୟ ମିଳିପାରେ । 

Subscribe

National International State Sports Entertainment