Home >
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମ: ଆବୁଧାବିରେ ନିର୍ମାଣ ହେବ ହିନ୍ଦୁ ମନ୍ଦିର, ଏପ୍ରିଲରେ ଭୂମିପୂଜନ
Khabar Odisha:International-temple-Hindu-temple-to-be-built-in-Abu-Dhabi-by-2020

ଦୁବାଇ, ଫେବୃୟାରୀ ୧୨ (ଖବର ଓଡ଼ିଶା): ଆବୁଧାବୀରେ ଚଳିତ ବର୍ଷ ଏପ୍ରିଲରେ ପ୍ରଥମ ହିନ୍ଦୁ ମନ୍ଦିରର ନିର୍ମାଣ ପାଇଁ ଭୂମିପୂଜନ ହେବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସଂଯୁକ୍ତ ଆରବ ଇମିରାତ (ୟୁଏଇ)ର ରାଜଧାନୀରେ ମନ୍ଦିର ନିର୍ମାଣ ପାଇଁ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାକୁ ପ୍ରଥମ ଗସ୍ତରେ ସରକାରଙ୍କ ଦ୍ୱାରା ମଂଜୁରୀ ଦିଆଯାଇଥିଲା । ଗଲ୍ଫ ନିୟୁଜ ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ହିନ୍ଦୁ ଧାର୍ମିକ ଏବଂ ନାଗରିକ ସଂଗଠନ, ବିଏପିଏସ ସ୍ୱାମୀନାରାୟଣ ସଂସ୍ଥା ଦ୍ୱାରା ମନ୍ଦିରର ନିର୍ମାଣ କରାଯାଉଛି । ଏଥିରେ କୁହାଯାଇଛି ଯେ, ମନ୍ଦିରର ଶିଳାନ୍ୟାସ କାମ ଆଗାମୀ ଏପ୍ରିଲ ୨୦ରେ ଅନୁଷ୍ଠିତ ହେବ । ବିଏପିଏସ ସ୍ୱାମୀନାରାୟଣ ପ୍ରତିଷ୍ଠାନର ବର୍ତ୍ତମାନ ଗୁରୁ ଏବଂ ଅଧ୍ୟକ୍ଷ ମହନ୍ତ ସ୍ୱାମୀ ମହରାଜଙ୍କ ଉପସ୍ଥିତିରେ ହେବ । 

ଆଧ୍ୟାତ୍ମିକ ଗୁରୁ ଏପ୍ରିଲ ୧୮ ରୁ ୧୯ ମଧ୍ୟରେ ୟୁଏଇରେ ରହିବେ । ଆବୁଧାବୀର ଭଲି ଅହଦ (କ୍ରାଉନ ପ୍ରିନ୍ସ) ଶେଖ ମହମ୍ମଦ ବିନ ଜାଏଦ ଅଲ ନହୟନ ମନ୍ଦିର ନିର୍ମାଣ ଲାଗି ୧୩.୫ ଏକର ଜମି ଉପହାର ସ୍ୱରୂପ ଦେଇଛନ୍ତି । ୟୁଏଇ ସରକାର ଏତିକି ପରିମାଣରେ ଜମି ମନ୍ଦିର ପରିସରରେ ପାର୍କିଂ ସୁବିଧା ପାଇଁ ଦେଇଛନ୍ତି । ସୂଚନାଯୋଗ୍ୟ ଆବୁଧାବୀରେ ୩୦ ଲକ୍ଷ ଭାରତୀୟ ବସବାସ କରୁଛନ୍ତି । ଏହା ଦେଶର ମୋଟ ଜନସଂଖ୍ୟାର ୩୦ ପ୍ରତିଶତ ଅଟେ । ଏଠାକାର ଅର୍ଥବ୍ୟବସ୍ଥାର ବିକାଶରେ ଭାରତୀୟମାନଙ୍କୁ ବଡ଼ ଅବଦାନ ରହିଛି । 

ମନ୍ଦିର ଆବୁଧାବୀ ଠାରୁ ୩୦ ମିନିଟ ଦୂର ରାଜପଥ ନିକଟକୁ ଲାଗି ‘ଅବୁ ମୁରେଖା’ ନାମକ ସ୍ଥାନରେ ନିର୍ମାଣ ହେବ । ଏହି ମନ୍ଦିରରେ ଭଗବାନ ଶିବ, କୃଷ୍ଣ ଏବଂ ଆୟପ୍ପା ମୂର୍ତ୍ତି ପ୍ରତିଷ୍ଠା କରାଯିବ । ଆୟପ୍ପାକୁ ଭଗବାନ ବିଷ୍ଣୁଙ୍କୁ ଏକ ଅବତାର କୁହାଯାଏ । କେରଳରେ ତାଙ୍କୁ ଶ୍ରଦ୍ଧାର ସହିତ ପୂଜା କରାଯାଇ ଥାଏ । ମନ୍ଦିର ପରିସରରେ ଏକ ସୁନ୍ଦର ବଗିଚା ରହିବ । ଏଥି ସହିତ ପର୍ଯ୍ୟଟନ କେନ୍ଦ୍ର, ପ୍ରାର୍ଥନା ସଭା, ପ୍ରଦର୍ଶନୀ ଏବଂ ପିଲାମାନେ ଖେଳିବା ପାଇଁ ସ୍ଥାନ, ୱାର୍ଟର ଫ୍ରଣ୍ଟ, ଫୁଡ କୋର୍ଟ, ପୁସ୍ତକ ଏବଂ ଉପହାର ଦୋକାନ ରହିବ । ଭାରତୀୟ ଶିଳ୍ପୀଙ୍କ ଦ୍ୱାରା ମନ୍ଦିରର ନିର୍ମାଣ କାମ ୨୦୨୦ରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । 

 

  • Tags:

Subscribe

National International State Sports Entertainment