Home >
ଚିଲିକା କୂଳରେ ଡଙ୍ଗା ତିଆରି କରିବା ବେଳେ ବିସ୍ଫୋରଣ: ୪ ମତ୍ସ୍ୟଜୀବି ଗୁରୁତର
Khabar Odisha:4-fisherman-Seriously-Injured-at-Chilika
ବ୍ରହ୍ମଗିରି, ନଭେମ୍ବର ୦୯(ଖବର ଓଡ଼ିଶା):

ଚିଲିକା କୂଳରେ ଶୁକ୍ରବାର ସକାଳେ ଡଙ୍ଗା ତିଆରି କରିବା ବେଳେ ବିସ୍ଫୋରଣ ଘଟିଛି । ଏଥିରେ ୪ ଜଣ ମତ୍ସ୍ୟଜୀବି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଫାଇବର ଡଙ୍ଗା ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥରେ ନିଆଁ ଲାଗି ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଯୋରରେ ଥିଲା ଯେ ଚିଲିକା କୂଳରେ ରହୁଥିବା ଗାଁ ଲୋକ ଭୟଭୀତ ହୋଇଯାଇଥିଲେ।    

ସୂଚନାନୁସାରେ, ଆଜି ସକାଳେ ଅରଖକୁଦା ମେରାଇନ୍‌ ଥାନା ଅନ୍ତର୍ଗତ ଅରଖକୁଦା ଭାଗବତ ସାହିରେ ଦୁଇ ଜଣ ମତ୍ସ୍ୟଜୀବି ଅଏଲ୍‌ ଓ କାଟାଲିକ୍‌ ଏକ୍ସିଲେଟର୍‌ ନାମକ ଦୁଇ ରାସାୟନିକ ପଦାର୍ଥ ମିଶାଇ ଦେବା ପରେ ସେଥିରେ ନିଆଁ ଲଗାଇ ଡଙ୍ଗା ତିଆରି କୌଶଳ ଦେଖାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପ୍ରଭାବରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କ ମାତ୍ରାଧିକ ଶରୀର ପୋଡି ଯାଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ପ୍ରଥମେ ରେବେଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଖବର ପାଇବା ପରେ ମେରାଇନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।   

Subscribe

National International State Sports Entertainment