ଯୌତୁକକୁ ନେଇ ବିହାର କଳୁଷିତ,୨୫ ପ୍ରତିଶତ ବଢ଼ିଛି ଯୌତୁକ ନେଣଦେଣ,ଭିନ୍ନ ଚାକିରିଆଙ୍କ ଭିନ୍ନ ଦାମ୍‌
Khabar Odisha:dowry-rates-rise-in-bihar
ପାଟଣା,ଏପ୍ରିଲ୨୯(ଖବର ଓଡିଶା): ବିହାରରେ ଗତ ବର୍ଷ ତୁଳନାରେ ଏ ବର୍ଷ ଯୌତୁକ ନେଣଦେଣ ୨୫ ପ୍ରତିଶତ ବଢ଼ିଛି । ଜଣେ ଆଇଏଏସ୍‌ ମନ ଇଛା ମୁହଁ ଖୋଲି ଯୌତୁକ ଟଙ୍କା ମାଗି ପାରୁଥିବା ବେଳେ ବ୍ୟାଙ୍କର ଉପର ଶ୍ରେଣୀର କର୍ମଚାରୀ ୨୦ ରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଉଛି । ଗତ ଦୁଇ ବର୍ଷ ତଳେ ଜଣେ ବ୍ୟାଙ୍କ କିରାଣୀ ଯୌତୁକ ବାବଦକୁ ଟଙ୍କା ୬ରୁ ୮ ଲକ୍ଷ ଟଙ୍କା ନେଉଥିବା ବେଳେ ଏବେ ତାହା ବଢ଼ି ୭ ରୁ ୧୦ ଲକ୍ଷ ହୋଇଛି । ଏହି ଭଳି ଅନ୍ୟ ସବୁ ଶ୍ରେଣୀର କର୍ମଚାରୀମାନଙ୍କ ଦାମ୍‌ ମଧ୍ୟ ବହୁ ମାତ୍ରାରେ ବଢ଼ିଛି । ଏହା ହେଲା ଯୌତୁକକୁ ନେଇ ବିହାରର କଳୁଷିତ ରୂପରେଖ ।
 
କିପରି ଭାବରେ ଯୌତୁକ ଆଦାୟ କରିବେ ଲୋକମାନେ ତାହା ନିର୍ଦ୍ଧାରିତ କରି ଆଗରୁ ରଖିଛନ୍ତି । କେହି କେହି ହାତ ଗଣତି ଟଙ୍କା ନେଉଥିବା ବେଳେ କେହି କେହି କନ୍ୟାପକ୍ଷ ସହ ଜାଗା ଓ ସୁନାର ଚୁକ୍ତି କରିଥାନ୍ତି । ଯୌତୁକରେ ଯେପରି ଟଙ୍କା, ସୁନା ଓ ଗାଡି ନିହାତି ପକ୍ଷେ ଜରୁରୀ ହୋଇ ପଡିଛି । ଏହା ସହ ସବୁ ପ୍ରକାର ବିଦ୍ୟୁତ ଉପକରଣ ଦେବା ଲାଗି ଏକ ଲମ୍ବା ଚିଠା ମିଳିଥାଏ କନ୍ୟାପକ୍ଷକୁ । ଖାଇବା ପିଇବା ରେଷ୍ଟୁରାଣ୍ଟ ସହ ସମାନ ହେବା ଦରକାର ବୋଲି ଆଗରୁ ଚେତାବନୀ ଦିଆଯାଇଥାଏ ।
 
ସରକାରୀ ଚାକିରିଆମାନଙ୍କ ଦାମ ଅଧିକ ରହୁଥିବା ବେଳେ ବେସରକାରୀ ଚାକିରିଆମାନେ ଟିକେ ତଳକୁ ଅଛନ୍ତି । ଏକ ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦେବା ପାଇଁ ବାଧ୍ୟ । ଦେଶରେ ଯୌତୁକ ଜନିତ ନିଆଁରେ ଅନେକ ଜୀବନ ଜଳି ଯାଉଥିବା ବେଳେ ଏହିପରି ପ୍ରଥା ଆଗକୁ ଯେ କେତେ ଭୟଙ୍କର ରୂପ ନେଇପାରେ ତାହା ଅକଳ୍ପନୀୟ । ସରକାରଙ୍କ ଯୌତୁକ ବିରୋଧ ଆଇନ ତା ବାଟରେ ରହିଥିବା ବେଳେ ବିହାରର ଏପରି ପ୍ରଥା ଅନ୍ୟ ସବୁ ରାଜ୍ୟମାନଙ୍କ ଉପରେ ନିଶ୍ଚିତ ଭାବରେ ଖରାପ ପ୍ରଭାବ ପକାଇବ । ଯଥାଶୀଘ୍ର ସରକାର ଏଥିପ୍ରତି ଧ୍ୟାନ ଦେଇ ଏହାକୁ ରୋକିବା ଜରୁରୀ ହୋଇପଡିଛି ।
 
  • Tags:

Subscribe

National International State Sports Entertainment