ଏଠାରେ ଆର୍ଶୀବାଦ ସହ ଲୋନ ମଧ୍ୟ ଦିଅନ୍ତି ଭଗବାନ
Khabar Odisha:temple-provide-loan-with-blessings
ହିମାଚଳ, ମେ ୮(ଖବର ଓଡିଶା): ଭକ୍ତ ତଥା ଶ୍ରଦ୍ଧାଳୁମାନେ ଭଗବାନଙ୍କ ପାଖକୁ ଆର୍ଶୀବାଦ ଭିକ୍ଷା କରିବାକୁ ଯାଇଥାନ୍ତି । ନିଜ ଦୁଃଖ ଦୂର୍ଦ୍ଦଶାରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିଥାନ୍ତି । ଦେବଭୂମି ହିମାଚଳରେ ବହୁ ମନ୍ଦିର ଏପରି ଅଛି ଯେଉଁଠାରେ ଅଭାବୀ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ଭଗବାନ ଲୋନ୍‌ ଦେଇଥାନ୍ତି । ଏହି ମନ୍ଦିର  ସବୁ ଶିମ୍‌ଲା, ସିରମୌର, କିନୌର ଓ ଲାହୌର-ସ୍ପିତି ଠାରେ ଅବସ୍ଥିତ । ଏଠାରେ ଅସହାୟ ଓ ଅଭାବୀ ଲୋକଙ୍କୁ ଲୋନ୍‌ ଅତି ସହଜରେ ମିଳିଥାଏ ।
 
ଏହି ସବୁ ମନ୍ଦିରର ଲୋନ ଦେବା ପରମ୍ପରା ବହୁ ବର୍ଷ ପୁରୁଣା । ଏଠାରେ ଲୋନ୍‌ କେବଳ ବର୍ଷକ ପାଇଁ ମିଳିଥାଏ । ବର୍ଷିକିଆ ଲୋନ୍‌ରେ ବର୍ଷକୁ ଦୁଇ ଅଥବା ତିନି ପ୍ରତିଶତ ସୁଧ ଦେବାକୁ ହୋଇଥାଏ । କେତେକ କ୍ଷେତ୍ରରେ ଯଦି ଲୋନ୍‌ ଶୁଝିବା ଲୋକର ଆର୍ଥିକ ପରିସ୍ଥିତି ଭଲ ନଥାଏ ତେବେ ଲୋନ୍‌ କ୍ଷମା ମଧ୍ୟ କରି ଦିଆଯାଏ । ମନ୍ଦିରର ପ୍ରବନ୍ଧକ ଆବେଦନ କରୁଥିବା ଲୋକର ଆର୍ଥିକ ଅବସ୍ଥା ବିଷୟରେ ଅବଗତ ହେଲା ପରେ ହିଁ ଲୋନ ଦେଇଥାନ୍ତି।
 
ଲୋନ ଦେଉଥିବା ସମୟରେ ମନ୍ଦିର କମିଟି ଦେଖେ ନାହିଁ କି ଲୋନ ନେଉଥିବା ଲୋକ ଏହା ସୁଝିବ କି ନାହିଁ । ଏହା ପଛର କାରଣ ହେଲା ଭଗବାନଙ୍କ ପ୍ରତି ଲୋକଙ୍କ ଆସ୍ଥା । ଭଗବାନଙ୍କୁ କେହି ଧୋକା ଦେଇ ପାରିବେନି । ତେଣୁ ଭଗବାନ ଦେଉଥିବା ଲୋନ୍‌କୁ ଲୋକ ସୁଝି ଦେଇଥାନ୍ତି । ଏଠାରେ ଅଭାବୀ ଲୋକମାନଙ୍କୁ କେବଳ ଟଙ୍କା ନୁହେଁ ଶସ୍ୟ ଆକାରରେ ମଧ୍ୟ ଲୋନ୍‌ ଦିଆ ଯାଇଥାଏ । ନଗଦ ଟଙ୍କା ନେଇଥିଲେ ଲୋକେ ଟଙ୍କା ହିଁ ଦେଇ ଶୁଝିଥାନ୍ତି ଓ ଶସ୍ୟ ନେଇଥିଲେ ଶସ୍ୟ ଫେରାଇ ଥାନ୍ତି। 
  • Tags:

Subscribe

National International State Sports Entertainment