ତିତ୍‌ଲି ତାଣ୍ଡବ: ଗଜପତି ଅଧିକ ପ୍ରଭାବିତ, ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲ୍‌ଟି ମିଶନ ସଫଳ
Khabar Odisha:Gajapati-district-most-affected-by-titli
ଭୁବନେଶ୍ୱର, ଅକ୍ଟୋବର ୧୧ (ଖବର ଓଡ଼ିଶା):

ସ୍ଥଳଭାଗ ଛୁଇଁବା ପରେ ସାମୁଦ୍ରିକ ଝଡ଼ ତିତ୍‌ଲି ତାଣ୍ଡବ କରିଛି । ଭୋର ସାଢେ ୪ ଟାରୁ ସାଢେ ୫ ଟା ମଧ୍ୟରେ ଆନ୍ଧ୍ର ପଲାଶା ଓ ଗଂଜାମ ଗୋପାଳପୁର ମଧ୍ୟରେ ଏହା ଲ୍ୟାଣ୍ଡ୍‌ ଫଲ୍‌ କରିଥିଲା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଥିଲା । ଦକ୍ଷିଣ ପୂର୍ବ ଦିଗ ଦେଇ ଧିରେ ଧିରେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ବର୍ତମାନ ଘଂଟା ପ୍ରତି ୧୯ କିଲୋମିଟର ବେଗରେ ବାତ୍ୟା ତିତଲି ଗତି କରୁଛି । ବାତ୍ୟାର ଅଧିକ ପ୍ରଭାବ ଗଂଜାମ ଓ ଗଜପତି ଜିଲ୍ଲାବାସୀଙ୍କ ଉପରେ ପଡ଼ିଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲ୍‌ଟି ମିଶନ ସଫଳ ହୋଇଥିବା କୁହାଯାଉଛି । 

ତିତଲିର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଦେଖିବାକୁ ମିଳିଛି ।ଗଂଜାମ ଓ ଗଜପତି ଜିଲ୍ଲାରେ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବାବେଳେ ବିଦ୍ୟୁତ ସରବରାହରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଜପତି । ଚାଳଘର ଭାଂଗି ଯାଇଥିବାବେଳେ ପାରଳାଖେମୁଣ୍ଡିରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୩ ଲକ୍ଷରୁ ଅଧିକ ଲୋକଙ୍କୁ ୧୧୧୨ ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ ସ୍ଥାନରେ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ଜିଲ୍ଲାରେ ୧୦୫ ଓ କେନ୍ଦ୍ରାପଡାର ୧୮ ଜଣ ଗର୍ଭବତୀଙ୍କୁ ସୁରକ୍ଷିତଭାବେ ଆଶ୍ରୟସ୍ଥଳୀକୁ ନିଆଯାଇଛି । ସାରା ରାଜ୍ୟରେ କିନ୍ତୁ ବର୍ଷା ଲାଗି ଲାହିବ ବୋଲି ଏସ୍‌ଆର୍‌ସି କହିଛନ୍ତି । ଏସଆରସି ପକ୍ଷରୁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ୧୦୭୦ ଓ ୧୦୭୭ ଏହି ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବର୍ତମାନ ମଧ୍ୟ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନ ଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।

Subscribe

National International State Sports Entertainment