ଇତିହାସ ରଚିଲେ ସୁନିଲ ନାରିନେ: ଆଇପିଏଲ ଇତିହାସରେ ଲଗାଇଲେ ଦ୍ରୁତତମ ଅର୍ଦ୍ଧଶତକ
Khabar Odisha:IPL-2017-sunil-narine-scored-fastes-half-century-of-ipl-history

ବେଙ୍ଗଲୁରୁ,ମେ୦୭(ଖବର ଓଡ଼ିଶା): ଆଇପିଏଲ-୧୦ ପୂର୍ଵରୁ ସୁନିଲ ନାରିନେଙ୍କୁ ଦର୍ଶକ ଏକ ବୋଲର ଭାବେ  ଜାଣିଥିଲେ। ସେ ଏପରି ଜଣେ ବୋଲର ଥିଲେ ଯିଏକି ନିଜର ଫିରକିରେ ବ୍ୟାଟସମ୍ୟାନମାନଙ୍କୁ ଅସୁବିଧାରେ ପକାଉଥିଲେ। ମାତ୍ର ଏହି ଆଇପିଏଲରେ ସୁନିଲକୁ ଅନ୍ୟ ଏକ ଭୂମିକାରେ ଦେଖିବାକୁ ମିଳିଛି। ଏହି ସିଜିନରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଅପନର ଭାବେ ବ୍ୟାଟିଂ କରି ଏକ ପେଶାଦାର ବ୍ୟାଟସମ୍ୟାନ ଭାବେ ପ୍ରଦର୍ଶନ କରୁଛନ୍ତି। ଏହା ସହ ଦଳ ପାଇଁ ଉପଯୋଗୀ ପାଳି ମଧ୍ୟ ଖେଳୁଛନ୍ତି।

ସୁନିଲ ନାରିନେ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ରବିବାର ବେଙ୍ଗଲୁରୁ ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୁନିଲ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୫ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ବିସ୍ଫୋରକ ପାଳିରେ ୬ ଚୌକା ଓ ୪ ଛକ୍କା ସାମିଲ ଅଛି। ଆଜିର ମ୍ୟାଚରେ ବେଙ୍ଗଲୁରୁ କୋଲକାତା ସମ୍ମୁଖରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଯାହାକୁ କୋଲକାତା ଅକ୍ଳେଶରେ ଏକ ତରଫା ଭାବେ ୧୫.୧ ଓଭରରେ ୪ ଓ୍ଵିକେଟ ହରାଇ ହାସଲ କରି ନେଇଛି।

କ୍ରିଜକୁ ଓହ୍ଲାଇବା ମାତ୍ରେ ନାରିନେ ଅଲଗା ରଙ୍ଗରେ ନଜର ଆସିଥିଲେ। ସେ ପ୍ରଥମ ଦୁଇଟି ବଲକୁ ଜଗିବା ପରେ ତୃତୀୟ ବଲକୁ ଚୌକା ମାରି ଖାତା ଖୋଲିଥିଲେ। ସେ ପ୍ରଥମ ୪ଟି ବଲରୁ ମାତ୍ର ୫ ରନ ସଂଗ୍ରହ କରିଥିଲେ। ଏହା ପରେ ସେ ଅଚାନକ ବିସ୍ଫୋଟକ ରୂପ ଧାରଣ କରିଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଛକା ମାରି ବୋଲର ବଦ୍ରୀଙ୍କୁ ସ୍ଵାଗତ କରିଥିଲେ। ଏହା ପରେ କ୍ରମାଗତ ୩ଟି ଛକା ଲଗାଇବା ପରେ ଚତୁର୍ଥ ବଲରେ ଚୌକା ଲଗାଇଥିଲେ। ପରବର୍ତ୍ତୀ ୨ଟି ବଲରୁ ୨ରନ ଓ ୧ ରନ ସଂଗ୍ରହ କରିଥିଲେ।

ଏହା ପରେ ଅରବିନ୍ଦଙ୍କ ଓଭରର ପ୍ରଥମ ବଲରେ ୨ ରନ ସଂଗ୍ରହ କରିବା ପରେ ଲଗାତାର ୩ଟି ଚୌକା ଲଗାଇଥିଲେ। ସେହି ଓଭରର ପଞ୍ଚମ ବଲରେ  ଛକା ଲଗାଇ ୧୫ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ପରି ୧୭ ବଲରୁ ୫୪ ରନ କରି ସେ ଆଉଟ ହୋଇଥିଲେ।

ସୁନିଲ ନାରିନେଙ୍କ ସ୍କୋରିଂ ସଟ- ୪, , , , , , , , , , , , , , ୪ ।

  • Tags:

Subscribe

National International State Sports Entertainment