ସୁୁରମା ପାଢୀଙ୍କର ମହାରଥୀଙ୍କୁ ପ୍ରଶ୍ନ – ତାଙ୍କ ସ୍ତ୍ରୀଙ୍କର ଦ୍ୱିତୀୟ ସ୍ୱାମୀ କିଏ ? ସୋସିଆଲ ମେଡିଆରେ ଲୋକଙ୍କର ଉତର - ପାଣ୍ଡିଆନ
Khabar Odisha:Pradeep-Maharathy-Controversial-Statement-Women-Two-Husband

 ମହିଳାଙ୍କର ୨ଟା ଲେଖାଏଁ ସ୍ୱାମୀ ଅଛନ୍ତି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବିବାଦୀୟ ବୟାନ ଏବେ ଆହୁରି ବିବାଦୀୟ ହେବାରେ ଲାଗିଛି । ପ୍ରଥମେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜେ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କର ଗସ୍ତ ଆଗରୁ ଏପରି ବିବାଦୀୟ ବୟାନ ଦେଇ ଗଣମାଧ୍ୟମର ଧ୍ୟାନକୁ ନିଜ ଆଡକୁ ଟାଣିବାର ପ୍ରୟାସ କରିଥିଲେ । ହେଲେ ତାହାତ ବିଫଳ ହେଲା କିନ୍ତୁ ଏବେ ସେହି ବୟାନକୁ ନେଇ ତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କର ବିରୋଧ ଜୋର ଧରିଲାଣି । ଅନେକ ସାଧାରଣ ଲୋକ ସିଧାସଳଖ ମନ୍ତ୍ରୀଙ୍କର ବ୍ୟକ୍ତିଗତ ପରିବାର ବିଷୟରେ ଟ୍ଟିପଣି ଦେବାରେ ବି ଲାଗିଛନ୍ତି ।

ଗତକାଲି ସାମାଜିକ ଗଣମାଧ୍ୟମ ଫେସବୁକରେ ପୁର୍ବତନ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢୀ ଲେଖୀଥିଲେ କି, “ମାନ୍ୟବର ମନ୍ତ୍ରୀ ମହୋଦୟ ଯେ କି ଓଡ଼ିଶା ର ମହିଳା ମାନଙ୍କର ଦି ଦିଟା ସ୍ବାମୀ ବୋଲି ହିସାବ ଦେଖାଇଛନ୍ତି ସେ କହିବେ କି ତାଙ୍କ ସ୍ତ୍ରୀ ଙ୍କ ଦ୍ୱିତୀୟ ସ୍ବାମୀ ଜଣକ କିଏ ?” ଏହାର ତଳେ ସାଧାରଣ ଲୋକ ଯାହା ଉତ୍ତର ଦେବାରେ ଲାଗିଛନ୍ତି ତାହା ଏବେ ରାଜନୈତିକ ମହଲରେ ଚୁଟକଲି ଅାଉ ଚା ଖଟ୍ଟି ଚର୍ଚ୍ଚା ପାଇଁ ପୁରା ଖୋରାକ ଯୋଗାଇଛି ।

ଅନେକ ସାଧାରଣ ଜନତା ଲେଖିଛନ୍ତି ସେ ହେଉଛନ୍ତି "ଭିକେ ପାଣ୍ଡିୟାନ" । ଆସିଥିବା ଅନେକ ମନ୍ତ୍ୟବରୁ ସଂଖ୍ୟାଧିକ ଲୋକ ନିଜ କମେଂଟରେ "ପାଣ୍ଡିୟାନ" "ପାଣ୍ଡିୟାନ" ବୋଲି ଲେଖିଛନ୍ତି ।

ଏଠାରେ କହିବା ଉଲ୍ଲେଖ୍ୟଯୋଗ୍ୟ କି ମହିଳାଙ୍କ ବିଷୟରେ ଏପରି ବିବାଦୀୟ ବୟାନ ଦେଇ ବିବାଦକୁ ଟାଣିହେବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଇଁ ନୁଆ କଥା ନୁହେଁ । ଆଗରୁ ବିଧାନସଭା ଭିତରେ ବିଧାୟିକା ରାଧାରାଣି ପଣ୍ଡାକୁ “ତୁମର ଘିଅ କାଢିଦେବି” ବୋଲି କହି ସେ ବିବାଦକୁ ଆସିଥିଲେ । ପ୍ରଥମେ ମହାରଥୀ ଏହି କଥାକୁ ସ୍ୱୀକାର କଲେ ନାହିଁ । କହିଲେ ମୁଁ ତାଙ୍କ ଝିଅ ବାହାଘର କଥା ପଚାରୁଥିଲି ସେ ଶୁଣିପାରିଲେନି । କିନ୍ତୁ ପରେ ସାଧାରଣରେ ପ୍ରତିବାଦ ଜୋର ହେବାରୁ ସେ ନିଜେ ବିଧାୟିକା ପଣ୍ଡାଙ୍କୁ କ୍ଷମା ମାଗିଥିଲେ । ହେଲେ ଏବେ ମହିଳାମାନଙ୍କର ଦ୍ୱିତୀୟ ସ୍ୱାମୀ ଅଛନ୍ତି ବୋଲି କହିବା କଥାରେ ସେ କ୍ଷମା ମାଗିବେନି ବୋଲି ସ୍ପଷ୍ଟ କରିଛନ୍ତି । ଦେଖିବାକୁ ବାକି ରହିଲା କେବେ କ୍ଷମା ମାଗୁଛନ୍ତି ମନ୍ତ୍ରୀ ମହାରଥୀ ।

Subscribe

National International State Sports Entertainment