ଚର୍ଚ୍ଚାରେ ବିଧାୟକ ! କାହାର ଅନ୍ତରଙ୍ଗ ଭିଡିଓ ପାଇଁ ମଲେ କେନ୍ଦ୍ରାପଡାର ଅବିନାଶ ? ସୋସିଆଲ ମେଡିଆରେ ବୁଲୁଛି ପୋଲିସ ନିଷ୍ଠୁରତାର ଫଟୋ
Khabar Odisha:Abinash-Paital-Mahakalapada-Custodial-Death

 “ଯାହା ହେଇଯାଇଛି ହେଇଯାଇଛି । ଆଉ ଆଗକୁ ଯାଅନାହିଁ । ଜଣେ ମରିଛି ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଛି । କ୍ରାଇମବ୍ରାଂଚ ତଦନ୍ତ ଆଗରେ ବେଶି କିଛି କୁହ ନାହିଁ କି କିଛି ତଥ୍ୟ ପ୍ରମାଣ ଦିଅ ନାହିଁ । ନହେଲେ ମୋର ସମେତ ଆଉ ୪ଟି ପରିବାର ସର୍ବସ୍ୱାନ୍ତ ହେଇଯିବେ । ଅବିନାଶ ପରିବାର ସହ କଥାବାର୍ତା କର । ମୁଁ ଦେବି ୧୫ ଲକ୍ଷ ଟଙ୍କା । ଏକଥାରେ ଆଉ ଆନ୍ଦୋଳନ କରନି କି ଏକଥାକୁ ଆଉ ଆଗକୁ ଟାଣନି” ଏ ହେଉଛି କେନ୍ଦ୍ରାପଡାର ଜଣେ ଯୁବ ବିଧାୟକ ତଥା ପୁର୍ବତନ ମନ୍ତ୍ରୀଙ୍କର ଅବିନାଶ ପାଇଟାଳଙ୍କର ପୋଲିସ ହାଜତରେ ମୃତ୍ୟୁ ପରେ ହୋଇଥିବା ଜନଆନ୍ଦୋଳନର ନେତୃତ୍ୱ ନେଉଥିବା ଜଣେ ଯୁବକଙ୍କୁ ପ୍ରସ୍ତାବ । ଏହି କଥା ଏବେ ମହାକାଳପଡା ସମେତ ସାରା କେନ୍ଦ୍ରାପଡାରେ ଏବେ ଆଲୋଚ୍ୟର ବିଷୟ ପାଲଟିଛି ।

ଜଣେ ପୁର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଏବେର ବିଧାୟକ, ଜଣେ ଅଙ୍ଗନଓାଡି ସୁପରଭାଇଜର , ଜଣେ ନାଏବ ସରପଚଂ ଏବଂ ଆଉ ଜଣେ ଅଙ୍ଗନଓାଡି କର୍ମୀଙ୍କ କିଛି ଚାରିକୋଣିଆ କାହାଣୀର କିଛି ଚଳଚ୍ଚିତ୍ର ସେହି ରହସ୍ୟମୟ ମୋବାଇଲରେ ଥିଲା ବୋଲି ଏବେ କେନ୍ଦ୍ରାପଡରେ ସାଧାରଣରେ ଆଲୋଚନା ହେଉଛି ।

ଏଣେ ସୋସିଆଲ ମେଡିଆରେ ହ୍ୱାଟସଆପରୁ ହ୍ୱାଟସଆପ ବୁଲୁଛି ମୃତ୍ୟୁ ଅବିନାଶଙ୍କର ମଳଦ୍ୱାର ଓ ଅନ୍ୟାନ୍ୟ ଅଙ୍ଗରେ ପାଲିସ ପିଭିସି ପାଇପ ପୁରାଇ ରକ୍ତାକ୍ତ କରିଦେଇଥିବାର ଫଟୋ । ଫଟୋରେ ଯାହା ସ୍ପଷ୍ଟ ହେଉଛି ପୋଲିସର ବର୍ବର ଆକ୍ରମଣରେ ଅବିନାଶଙ୍କର ମୃତ୍ୟୁ ହେବାପରେ ପୋଲିସ ତାକୁ ଆତ୍ମହତ୍ୟାର ରୁପ ଦେଇଛି ।

ଏତେଲାରେ ନାଁ ନଥିବା ସତ୍ୱେ ଏବଂ ପୋଲିସରେ ଅଭିଯୋଗ ହେବାର ୪ ମାସ ପରେ ପୋଲିସ କାହିଁକି ହଠାତ ଏତେ କ୍ରୀୟାଶୀଳ ହୋଇ ଉଠିଲା ଏବଂ ଏକ ମାମୁଲି ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକକୁ ଏତେ ଅମାନୁଷିକ ଭାବେ କାହିଁକି ମାରିଲେ ତାହା ନିହାତି ସନ୍ଦେହଜନକ କଥା । କଣ ଥିଲା ସେହି ରହସ୍ୟମୟ ମୋଇବାଲରେ, ମୋବାଇଲ ଅପେକ୍ଷା ପୋଲିସ ସେ ମେମୋରି କାର୍ଡ କାହିଁକି ବେଶି ଖୋଜୁଥିଲା , କାହିଁକି ବିଧାୟକ ୧୫ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଉଛନ୍ତି ଅବିନାଶର ପରିବାରକୁ ଏସବୁ ଏବେ ଘଟଣାର ଗଭୀରତାକୁ ଆହୁରି ଅଧିକ ଗୁରୁତର କରୁଛି ।


ଯଦିଓ କ୍ରାଇମବ୍ରାଂଚ ଏହି ଘଟଣାର ତଦନ୍ତ କରୁଛି ହେଲେ କ୍ରାଇମବ୍ରାଂଚ କେବଳ ଥାନା ଆଇଆଇସିଙ୍କ ପାଖରେ ହିଁ ତଦନ୍ତକୁ ସୀମିତି କରିରଖିଛି । ସେ ମୋବାଇଲରେ କାହାର ଭିଡିଓ ଥିଲା ଯାହା ପାଇଁ ପୋଲିସ ବାବୁ ଜଣେ ଯୁବକଙ୍କ ଉପରେ ଏତେ ଅତ୍ୟାଚାର କଲେ ସେହି ବିଷୟକୁ କ୍ରାଇମବ୍ରାଂଚ ତଦନ୍ତ କଲେ ଯାଇକି ଅସଲ ସତ ପଦାକୁ ଆସିବ ।

Subscribe

National International State Sports Entertainment