ଏନ୍‌ଡିଏକୁ ସମର୍ଥନ ନେଇ ବିଜେଡ଼ିର ସ୍ପଷ୍ଟୀକରଣ, ହରିପ୍ରସାଦ ଥିଲେ ବିଜେଡ଼ି ବିରୋଧୀ
Khabar Odisha:bjd-cleared-why-party-support-to-nda
ଭୁବନେଶ୍ୱର, ଅଗଷ୍ଟ ୦୯ (ଖବର ଓଡ଼ିଶା):

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି କାହାକୁ ସମର୍ଥନ କରିବ ଓ କାହାକୁ କରିବନି ତାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାତି ଅଧିଆ ଘୋଷଣାରୁ ସ୍ପଷ୍ଟ ହୋଇଯାଇଛି । ଗତ ମାସରେ ଏନ୍‌ଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ସମଦୂରତା ରକ୍ଷା କରି  ବିଜେଡ଼ି ଓହରି ଯାଇଥିଲା । ଏଥର ମଧ୍ୟ ସେମିତି କିଛି ଘଟିବ ବୋଲି ଆଶା କରାଯାଉଥିବା ବେଳେ ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଛନ୍ତି ନବୀନ । ତେବେ ଏନ୍‌ଡିଏକୁ ସମର୍ଥନ କରିବା ପରେ ଆଜି ଦଳ ଏ ନେଇ କାରଣ ଦର୍ଶାଇଛି । ଉଭୟ ବିଜେଡ଼ି ଓ ଜେଡିୟୁ ସମଭାବାପନ୍ନ ଦଳ ହୋଇଥିବାରୁ ତାକୁ ସମର୍ଥନ କଲୁ । କିନ୍ତୁ ବିପକ୍ଷରେ ଥିବା କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦ ଓଡ଼ିଶା ପ୍ରଭାରୀ ଥିବାବେଳେ ସବୁବେଳେ ବିଜେଡ଼ିକୁ ବିରୋଧରେ ମନ୍ତବ୍ୟ ଦେଉଥିଲେ ତେଣୁ ତାଙ୍କୁ ପ୍ରତ୍ୟାକ୍ଷାନ କରାଯାଇଛି ବୋଳି ଦଳ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରିଛି । 

ଜେଡିୟୁର ହରିବଂଶ ନାରାୟଣଙ୍କୁ ଏନ୍‌ଡିଏ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମନୋନୀତ କରିଛି । ଜେଡିୟୁ ଓ ବିଜେଡ଼ି ଦଳ ସମଆଦର୍ଶ ସଂପନ୍ନ ଦଳ ଏବଂ ଉଭୟ ଜୟ ପ୍ରକାଶ ନାରାୟଣଙ୍କ ବିପ୍ଳବରୁ ଉତ୍ପନ୍ନ ହୋଇଛନ୍ତି  । ସେଥିପାଇଁ ଦଳ ତାଙ୍କୁ ସମର୍ଥନ କରିଛି । କିନ୍ତୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବି.କେ ହରିପ୍ରସାଦ ଓଡ଼ିଶା ପ୍ରଭାରୀ ଥିବା ବେଳେ ସବୁବେଳେ ଦଳକୁ ବିରୋଧ ଓ ନିନ୍ଦା କରୁଥିଲେ । ସେଥିପାଇଁ ଦଳ ଆଶା ରଖିଥିଲା ଯେ ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ହୁଅନ୍ତି । କାରଣ ସଂସଦୀୟ ଗଣତନ୍ତ୍ରରେ ସାମ୍ବିଧାନିକ ପଦବୀ ଗୁଡ଼ିକ ସର୍ବସମ୍ମତ ହେବା ଉଚିତ । ଏଥିପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ମଧ୍ୟ ସର୍ବସମ୍ମତ ଭିତ୍ତିରେ ହେବା ଉଚିତ । କିନ୍ତୁ କଂଗ୍ରେସ କ୍ଷେତ୍ରରେ ତାହା ଘଟି ନାହିଁ । କଂଗ୍ରେସର ନିଷ୍ପତ୍ତି ଉପରେ ଶେଷ ମୂହୁର୍ତ୍ତ ପର୍ୟ୍ୟନ୍ତ ବିଜେଡ଼ି ଅପେକ୍ଷା କରିଥିଲା ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ ଜଣାଇବା ପରେ ହରିବଂଶଙ୍କ ବିଜୟ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । 

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭା ସଦସ୍ୟ ସଂଖ୍ୟା ହେଉଛି ୨୪୫ । ବିଜେପିର ଗଣିତ ଅନୁସାରେ ହରିବଂଶ ସିଂହଙ୍କୁ ଉଚ୍ଚ ସଦନର ୧୨୬ଜଣ ସଦସ୍ୟ ସମର୍ଥନ ମିଳିପାରେ । ବିରୋଧୀଙ୍କୁ ୧୧୧ଟି ଭୋଟ ମିଳିବ ବୋଲି ଆଶା କରାଯାଉଛି । ହରିବଂଶଙ୍କୁ ଏନଡିଏର ୯୧ ସଦସ୍ୟଙ୍କ ଭୋଟ ମିଳିବା ସୁନିଶ୍ଚିତ । ବିଜେପିର ଆଶା ଯେ ୩ ଜଣ ମନୋନୀତ ସଦସ୍ୟଙ୍କ ବ୍ୟତୀତ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଅମର ସିଂହ ମଧ୍ୟ ସମର୍ଥନ ଜଣାଇବେ । ଏଥି ସହିତ ଏଆଇଡିଏମକେର ୧୩ ଜଣ, ତେଲେଙ୍ଗାନା ରାଷ୍ଟ୍ର ସମିତିର ୬ ଜଣ ୱାଇଏସଆର କଂଗ୍ରେସର ୨ ଜଣ ଓ ଆଇଏନଏଲଡିର ଜଣେ ସଦସ୍ୟ ମଧ୍ୟ ସମର୍ଥନ ଦେବାର ଆଶା କରାଯାଉଛି । ଏହି ସମସ୍ତ ଭୋଟକୁ ଯୋଡ଼ାଗଲେ ସମୁଦାୟ ୧୧୭ ଖଣ୍ଡ ଭୋଟ ହେଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ବୁଧବାର ଜେଡି(ୟୁ) ସଦସ୍ୟ ତଥା ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ପାଇଁ ଘୋଷଣା କରିଛନ୍ତି । ବିଜେଡିର ୯ ଜଣ ସାଂସଦଙ୍କ ସମର୍ଥନ ପରେ ଏନଡିଏ ପ୍ରାର୍ଥୀଙ୍କ ଭୋଟ ୧୨୬ରେ ପହଞ୍ଚିବ । 

ୟୁପିଏ ସମର୍ଥିତ ପ୍ରାର୍ଥୀ ହରିପ୍ରସାଦଙ୍କୁ କଂଗ୍ରେସର ୬୧ ଖଣ୍ଡ ଭୋଟ ବ୍ୟତୀତ ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ୧୩-୧୩ ଭୋଟ, ମାକପାର ୫, ବସପା ଓ ଡିଏମକେର ୪-୪, ଭାକପାର ୨ ଓ ଜେଡିଏସର ଜଣେ ସସସ୍ୟ ସମର୍ଥନ କରୁଛନ୍ତି । ଯଦି ଜଣେ ମନୋନୀତ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ସମର୍ଥନ କରନ୍ତି ହରିପ୍ରସାଦଙ୍କୁ ୧୧ ଖଣ୍ଡ ଭୋଟ ମିଳିବ ।

  • Tags:

Subscribe

National International State Sports Entertainment