ନବୀନଙ୍କ ନୂତନ ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍‌ ବୈଠକ ଆଜି
Khabar Odisha:State-Cabinet-Meeting-Held-Today
ଭୁବନେଶ୍ୱର, ମେ ୧୧(ଖବର ଓଡିଶା): ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳର ହୋଇଛି ନବକଳେବର। ସମସ୍ତ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଆଜି ନବୀନ ନୂତନ ଦଳକୁ ନେଇ କରିବେ ପ୍ରଥମ ବୈଠକ । ଏହା ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ।
 
ସୂଚନା ଅନୁସାରେ ଅପରାହ୍ନ ୫ଟାରେ ଏହି କ୍ୟାବିନେଟ୍‌ ବୈଠକ ବସିବ । ଏହି ବେୈଠକରେ ମୋଟ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି। ଷ୍ଟେଟ୍‌ ଜିଏସ୍‌ଟି ବିଲ୍‌ ସମ୍ପର୍କରେ ମଧ୍ୟ କିଛି ପ୍ରସ୍ତାବ ଗୃହୀତ ହେବ ବୋଲି ପ୍ରକାଶ ପାଉଛି ।
 
  • Tags:

Subscribe

National International State Sports Entertainment