ଓଡ଼ିଶାରେ ବିଜେପି ନିଜ ଶକ୍ତିରେ ନିର୍ବାଚନ ଲଢିବ: ଧର୍ମେନ୍ଦ୍ର
Khabar Odisha:Rajya-Sabha-Deputy-Chairman-election--Dharmendra-Pradhan-Statement
ଭୁବନେଶ୍ୱର, ୦୯ ଅଗଷ୍ଟ (ଖବର ଓଡ଼ିଶା):

ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ନିର୍ବାଚନରେ ବିଜେଡି ସମର୍ଥନ ଦେଇଥିବା ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରୟଣ ସିଂହ ବିଜୟୀ ହୋଇଛନ୍ତି। ତେବେ ବିଜେଡି ବିଜେପିକୁ ସମର୍ଥନ ଦେବାରୁ ବିରୋଧୀମାନେ ଏହାକୁ ସମାଲୋଚନା କରିଛନ୍ତି। ବିଜେଡି ସୁପ୍ରିମୋନ ବୀନ ପଟ୍ଟନାୟକ ବିଜେପିର ପ୍ରକୃତ ବନ୍ଧୁ ବୋଲି ବିରୋଧୀ କହୁଥିବା ବେଳେ ବିଜେଡି ସହ ବିଜେପି ନିକଟତର ହେବା ନେଇ ଚର୍ଚ୍ଚା ହେଉଛି। ବିଶେଷକରି ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଆହୁରି ତେଜିଛି ଏବଂ ପୂର୍ବ ପରି ବିଜେଡି ଓ ବିଜେପି ମିଶିକରି ସରକାର ଗଢିବା ନେଇ କୁହାଯାଉଛି। ତେବେ ଏହା ଉପରେ ପ୍ରତିକ୍ରିୟା ରଖି ଫୁଲଷ୍ଟପ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।       

 ବିଜେପି ବିଜେଡି ସହ ମିଶି ଓଡିଶାରେ ସରକାର ଗଢିବାର ପ୍ରଶ୍ନ ଉଠୁନି । ଆଗାମୀ ନିର୍ବାଚନରେ ବିଜେପି ନିଜ ଶକ୍ତିରେ ଓଡିଶାରେ ନିର୍ବାଚନ ଲଢିବ। ଓଡ଼ିଶାର ଆଶା ଓ ଆକାଂକ୍ଷାକୁ ମୋଦି ସରକାର ପୂରଣ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଏହା ସହ ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନ ସହମତି ଭିତ୍ତିରେ ହେବାର ଥିଲା ବେଳେ ବିରୋଧୀଙ୍କ ଯୋଗୁଁ ଏହା ହୋଇପାରିନଥିଲା। ହରିବଂଶଙ୍କୁ ଭୋଟ ଦେଇଥିବା ଦଳଗୁଡିକୁ ଧନ୍ୟବାଦ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। 

  • Tags:

Subscribe

National International State Sports Entertainment