କେଜ୍ରିୱାଲ ଭ୍ରଷ୍ଟ ଅଟନ୍ତି, ଇସ୍ତଫା ନଦେଲେ କଲର ଧରି ଜେଲ ନେଇ ଯିବି: କପିଲ ମିଶ୍ରା
Khabar Odisha:Kapil-mishra-opens-few-chapter-of-kejriwals-illegal-work-done
ନୂଆଦିଲ୍ଲୀ, ମଇ୧୪(ଖବର ଓଡ଼ିଶା): ଦିଲ୍ଲୀର ପୂର୍ବ ମନ୍ତ୍ରୀ କପିଲ ମିଶ୍ରା ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। କେଜ୍ରିୱାଲ ପରଦା ପଛରେ ରହି କଳାକାମ କରୁଛନ୍ତି। ବେଇମାନ ଲୋକଙ୍କ ନାମରେ ପାର୍ଟିପାଇଁ ଟଙ୍କା ଯୋଗାଡ଼ କରିଛନ୍ତି। ଏପରିକି କଳାଧନକୁ ଧଳାକରିବାରେ ସେ ସାମିଲ ଅଛନ୍ତି। କେଜ୍ରିୱାଲ ଭ୍ରଷ୍ଟ ଅଟନ୍ତି। ରାଣ ଖାଇ କହୁଛି ଯେ, ଇସ୍ତଫଶ ନଦେଲେ ତାଙ୍କର କଲର ଧରି ଘୋଷାଡ଼ି ଘୋଷାଡ଼ି ଜେଲ ପର୍ଯ୍ୟନ୍ତ ତାଙ୍କୁ ନେବି ବୋଲି କପିଲ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି।
 
୨୦୧୩-୧୪ ମସିହାରେ ଆପର ବ୍ୟାଙ୍କ ଆକାଉଣ୍ଟରେ ୪୫ କୋଟି ଟଙ୍କା ଥିବା ବେଳେ ନିର୍ବାଚନ କମିଶନଙ୍କୁ କେଜ୍ରିୱାଲ ୯ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାଇଥିଲେ। ସେହିପରି ୨୦୧୪-୧୫ରେ ଆପ ଆକାଉଣ୍ଟରେ ୬୫ କୋଟି ୫୨ ଲକ୍ଷ ୪୦ ହଜାର ୭୫୨ଟଙ୍କା ରହିଥିବା ବେଳେ ଏହାକୁ ୩୨ କୋଟି ଟଙ୍କା କରି ନିର୍ବାଚନ କମିଶନଙ୍କୁ ସୁଚନା ଦିଆଯାଇଥିଲା ବୋଲି ସୁଚନା ଦେଇଛନ୍ତି କପିଲ ମିଶ୍ରା। ସେ ସୋମବାର ନୁଆ ପ୍ରମାଣ ସହ ସିବିଆଇ ନିକଟରେ ମାମଲା ରୁଜୁ କରିବେ ବୋଲି ପ୍ରକାଶ କରିଛନ୍ତି।
 
କପିଲ ନିଜ ଅଭିଯୋଗ ଫର୍ଦ୍ଦରେ ନିର୍ବାଚନ କମିଶନଙ୍କୁ ଭୁଲ ତଥ୍ୟ ପ୍ରଦାନ କରିବା ସହ ବେନାମୀ କମ୍ପାନୀମାନଙ୍କଠାରୁ ଆମ ଆଦମୀ ପାର୍ଟୀକୁ ୨ କୋଟି ଚାନ୍ଦା ନେଇଥିବା କହିଛନ୍ତି। ଏଥିରେ କେଜ୍ରିୱାଲଙ୍କ ସହ ମହରୌଲିଠାରୁ ବିଧାୟକ ନରେଶ ଯାଦବ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି।
 
ଏଠାରେ କହିରଖୁଛୁ ଯେ, କପିଲ ମିଶ୍ରାଙ୍କର ଅନଶନର ଆଜି ପଞ୍ଚମ ଦିନ। ମିଶ୍ରା ନିଜର ଘର ଆଗରେ ଧାରଣାରେ ବସିଛନ୍ତି। କପିଲ ପାର୍ଟିର ମୁଖିଆ ସହ ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂହ, ରାଘବ ଚଡ଼୍ଢ଼ା ଏବଂ ଆଶିଶଙ୍କ ସହ ଅନ୍ୟ ନେତାମାନଙ୍କ ବିଦେଶ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାକୁ ସାର୍ବଜନିନ କରିବାକୁ କପିଲ ଅଡ଼ି ବସିଛନ୍ତି।
  • Tags:

Subscribe

National International State Sports Entertainment